ଆଇପିଏସ ସ୍ତରରେ ଅଦଳ ବଦଳ : ସତ୍ୟଜିତ୍‌ ମହାନ୍ତି ହେଲେ ନୂଆ ପୋଲିସ କମିଶନର

ଭୁବନେଶ୍ବର :  ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ । ବଦଳିଲେ ଟ୍ବିନ୍‌ ସିଟି ପୋଲିସ କମିଶନର । ଏଡିଜି ପ୍ରୋଭିଜନିଂ ଥିବା ସତ୍ୟଜିତ୍‌ ମହାନ୍ତି ହେଲେ ନୂଆ ପୋଲିସ କମିଶନର । ପୋଲିସ୍ କମିଶନର ପଦରୁ ୱାଇ. ବି. ଖୁରାନିଆଙ୍କୁ  ହଟାଇ ସତ୍ୟଜିତ ମହାନ୍ତିଙ୍କ ପୂର୍ବ ସ୍ଥାନକୁ ପଠାଇ ଦିଆଯାଇଛି । ଖୁରାନିଆ ହୋଇଛନ୍ତି ଏଡିଜି ପ୍ରୋଭିଜନିଂ । ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିଶନର୍ କରାଯାଇଥିବା ବେଳେ ଆଇଜି ଅମିତାଭ ଠାକୁରଙ୍କୁ ରାଜ୍ୟ ସଶସ୍ତ୍ର ପୋଲିସର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଭଦ୍ରକ ଓ କଳାହାଣ୍ଡି ଏସପି ଅଦଳ ବଦଳ ହୋଇଛନ୍ତି । ପଣ୍ଡିତ ରାଜେଶ ଭଦ୍ରକ ଆସିଥିବା ବେଳେ କଳାହାଣ୍ଡି ଯାଇଛନ୍ତି ବି. ଗଙ୍ଗାଧର । ଏମ୍. ଏସ୍. ସମ୍ପତ୍ କ୍ରାଇମବ୍ରାଞ୍ଚ ସିଆଇଡିର ଏସପି ହୋଇଛନ୍ତି । ଓପିଏସ୍-ୱାନ୍ ଦେବୀପ୍ରସାଦ ଦାଶଙ୍କୁ ସୋନପୁର ଏସପି ଭାବେ ଅବସ୍ଥାପିତ କରାଯାଇ ଥିବା ବେଳେ ସମାନ କ୍ୟାଡରର ଶଶିଭୂଷଣ ଶତପଥୀ ହୋଇଛନ୍ତି ନୟାଗଡ଼ ଏସପି ।