ଏବିସିଡି-୩ ରେ ସାରା, ମଚାଇବେ ଧୁମ୍

ମୁମ୍ବାଇ: ବଲିଉଡରେ କେତେବେଳେ କେଉଁ ହିରୋଇନଙ୍କ ରାଜ ଚାଲେ ତାହା କହିବା ଅସମ୍ଭବ । ଗଲା କିଛି ବର୍ଷ ପୂର୍ବରୁ ଦୀପିକା ପାଦୁକୋନ, ଅନୁଷ୍କା ଶର୍ମା ଓ ପରିଣତି ଚୋପ୍ରାଙ୍କ ଜଲଓ୍ବା ଚାଲିଥିବା ବେଳେ ଏବେ ଆଲିଆ ଭଟ୍ଟ ଓ ଜାହ୍ନବୀ କପୁରଙ୍କ ଜଲଓ୍ବା ଦେଖିବାକୁ ମିଳୁଥିଲା । ମାତ୍ର ଗତ ମାସରୁ କେବଳ ଗୋଟିଏ ଅଭିନେତ୍ରାଙ୍କୁ ସବୁଆଡେ ଦେଖିବାକୁ ମିଳୁଛି । ତେବେ ସେ ଆଉକେହି ନୁହଁନ୍ତି ସେ ହେଉଛନ୍ତି ସୈଫ ଅଲ୍ଲୀ ଖାନ୍ନଙ୍କ ଝିଅ ସାରା ଅଲ୍ଲୀ ଖାନ । କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡିକି ଦିଅନ୍ତି । ସେହିଭଳି ଗତ ଦୁଇ ମାସ ମଧ୍ୟରେ ସାରା ଦୁଇଦୁଇଟି ବଡ ବ୍ୟାନରରେ କାମ କରିବା ସହ ଫିଲ୍ମକୁ ସୁପର ଡୁପର ହିଟ ଆଣି ଦେଇଛନ୍ତି । ତେବେ ତାଙ୍କର ଗତ ସପ୍ତାହରେ ରିଲିଜ ହୋଇଥିବା ମୁଭି ସିମ୍ବା ବର୍ତ୍ତମାନ ପ ର୍ଯ୍ୟନ୍ତ ହଲରୁ ଉଠି ନଥିବା ବେଳେ ପୁଣି ତାଙ୍କ ହାତରେ ଏକ ବ୍ୟାନରରେ କାମ କରିବାର ସୁଯୋଗ ମିଳିଛି । ଖୁବ୍ ଶୀଘ୍ର ସେ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ରେମୋ ଡିସୁଜାଙ୍କ ଏବସିଡି-୩ରେ ଅଭିନେତ୍ରୀ ହେବାର ସୂଚନା ମିଳୁଛି ।
ତେବେ ନିକଟରେ ଶୁଣିବାକୁ ମିଳିଥିଲା ଏବିସିଡି-୩ରେ କାମ କରିବାକୁ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ମନା କରିଦେଇଛନ୍ତି । ସେ ନିଜ ବ୍ୟସ୍ତ ସିଡ୍ୟୁଲ ତଥା ଫିଲ୍ମ ଭାରତ ପାଇଁ ଏଥିରେ ଅଭିନୟ କରିବାକୁ ମନା କରିଦେଇଛନ୍ତି । ସେଥିଲାଗି ଏହାର ଫାଇଦା ନେଇଛନ୍ତି ସାରା ଅଲ୍ଲୀ ଖାନ ବୋଲି ଚର୍ଚ୍ଚା ହେଉଛି ।

ନାତୁଣୀର ପ୍ରଶଂସା କରିବାକୁ ପଛେଇ ନାହାନ୍ତି ଶର୍ମିଲା ଟାଗୋର