You are here
Home > ଲାଟେଷ୍ଟ > ପଶ୍ଚିମ ଓଡିଶାରେ ଇବ୍ ନଦୀରେ ରାଜ୍ୟର ଦ୍ବିତୀୟ ବୃହତମ ସେତୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ

ପଶ୍ଚିମ ଓଡିଶାରେ ଇବ୍ ନଦୀରେ ରାଜ୍ୟର ଦ୍ବିତୀୟ ବୃହତମ ସେତୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ

ଝାରସୁଗୁଡା : ସମ୍ବଲପୁରରେ ରାଜ୍ୟର ଦ୍ବିତୀୟ ବୃହତମ ସେତୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଏବଂ ଝାରସୁଗୁଡା ଭିତରେ ଦୂରତା କମ କରିବା ସହ ଲୋକଙ୍କ ବଦୁଦିନର ସ୍ବପ୍ନ ପୂରଣ କରିଛି ଏହି ସେତୁ । ରେଙ୍ଗାଳିଠାରେ ଜନସଭାରେ ଉଦବୋଧନ ଦେଇ ପଶ୍ଚିମ ଓଡିଶା ବିକାଶର ଲମ୍ବା ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଇବ୍ ନବୀ ଉପରେ ଓଡିଶାର ଦ୍ବିତୀୟ ଦୀର୍ଘତମ ସେତୁ । ପଶ୍ଚିମ ଓଡିଶାର ଲାଇଫ ଲାଇନ୍ ସପ୍ନେ ସେତୁକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡା ସହ ସମ୍ବଲପୁରକୁ ଯୋଗାଯୋଗର ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ଇବ୍ ନଦୀ ଓ ହୀରାକୁଦ ଜଳଭଣ୍ଡାର ଉପରେ ୧୧୭ କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ସେତୁ ଅନେକ ଦିନର ସ୍ବପ୍ନ ପୂରଣ କରିଛି । ହୀରାକୁଦ ଜଳଭଣ୍ଡାର ହେବା ପରେ, ଝାରସୁଗୁଡା ଓ ସମ୍ବଲପୁର ମଧ୍ୟରେ ଦୂରତା ବଢିଯାଇଥିଲା। ସପ୍ନେ ସେତୁ ଏହି ଦୂରତାକୁ ୫୦କିଲୋମିଟର କମ୍ କରିଛି । ମୁଖ୍ୟମନ୍ତ୍ରୀ ରେଙ୍ଗାଲି ଯୋଗିପାଲିରେ ପହଂଚି ରେଙ୍ଗାଲି-ସପନେ ବାଇପାସ ରାସ୍ତାର ଶିଳାନ୍ୟାସ କରିଥିଲେ । ପରେ ଜନସଭାକୁ ସମ୍ବୋଧନ କରିଥିଲେ । ଏଥିସହ ନିର୍ମାଣ ଶ୍ରମିକଙ୍କୁ ସହାୟତା ଓ ସ୍କୁଲ ଛାତ୍ରୀଙ୍କୁ ସାଇକେଲ ବଣ୍ଟନ କରିଥିଲେ । ଏହି ଅବସରରେ
ସମ୍ବଲପୁର ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଓ ମନ୍ତ୍ରୀ ସୁଶାନ୍ତ ସିଂ, ସମ୍ବଲପୁର ସମେତ ପଶ୍ଚିମଓଡିଶା ବିକାଶର ଲମ୍ବା ଚିଠା ରଖିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭାରେ ଯୋଗଦେବା ପାଇଁ ସମ୍ବଲପୁର, ବରଗଡ, ଝାରୁସୁଗୁଡା ଓ ରେଙ୍ଗାଲି ଅଞ୍ଚଳର ୫ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ରେଙ୍ଗାଳି କାର୍ଯ୍ୟକ୍ରମ ପରେ ସମ୍ବଲପୁର ଆଇଆଇଏମ୍ର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ଜଣ କୃତି ଛାତ୍ରଛାତ୍ରୀଙ୍କୁ ଡିପ୍ଲୋମା ଓ ଡିଗ୍ରୀ ପ୍ରଦାନ କରିଥିଲେ।

Loading...
ONA

Leave a Reply

Top