ସୁଦର୍ଶନଙ୍କୁ ଲଡ ବିଡେନ ପାୱଲେ ଆୱାର୍ଡ !

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପାଇବେ ଲର୍ଡ ବିଡେନ ପାୱଲେ ଜାତୀୟ ପୁରସ୍କାର । ସ୍କାଉଟ ଗାଇଡ ସଂଗଠନ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପାଇଁ  ସୁଦର୍ଶନ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଛି । ଆସନ୍ତା ଫେବୃୟାରୀ ୨୨ ତାରିଖରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିବେ । ଭାରତୀୟ ସ୍କାଉଟ ଓ ଗାଇଡ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ କେପି. ସିହ୍ନାଙ୍କଠାରୁ ମନୋନୀତ ସଂକ୍ରାନ୍ତ ଚିଠି ପାଇଲା ପରେ ଶ୍ରୀ ପଟ୍ଟନାୟକ ଅତନ୍ତ ଆନନ୍ଦିତ ବୋଲି ଗଣମାଧ୍ୟମକୁ କହିଛନ୍ତି । ୧୫ ଜଣ ପ୍ରମୁଖ ବକ୍ତି ଏହି ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସୁଦର୍ଶନଙ୍କ ସମେତ ବଲିଉଡ ଅଭିନେତ୍ରୀ ମହିମା ଚୌଧୁରୀ, ଅଭିନେତା ରିତେଶ ଦେଶମୁଖ, ନୃତଶିଳ୍ପୀ ଡୋନା ଗାଙ୍ଗୁଲି, ଦେବଶ୍ରୀ ରାୟ, ତୀରନ୍ଦାଜ ଦୀପିକା କୁମାରୀ ପ୍ରମୁଖ ଅନତମ ।

ମତାମତ ଦିଅନ୍ତୁ

Please enter your comment!
Please enter your name here