ନବୀନ ବାବୁ ଓଡିଶାର ବିକାଶ ନୁହେଁ ବଂର ତାଙ୍କ ନିର୍ବାଚନ ଏଜେଣ୍ଡା ସେଟ କରିବା ପାଇଁ ଦାବି ରଖିଛନ୍ତି : ବିଜେପି

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ନବୀନ ବାବୁ ଓଡିଶାର ବିକାଶ ନୁହେଁ ବଂର ତାଙ୍କ ନିର୍ବାଚନ ଏଜେଣ୍ଡା ସେଟ କରିବା ପାଇଁ ଆଜି ଅର୍ଥ କମିଶନଙ୍କ ପାଖେ ତାଙ୍କ ଦାବି ରଖିଛନ୍ତି । ନବୀନବାବୁ ତାଙ୍କ ଦାବିରେ ଜିଏସଟି କଥା କହିଛନ୍ତି । ଜିଏସଟି ଲାଗୁ ହେଲା ପରେ ଓଡିଶାର ଟିକସ କଲେକ୍ସନ ୧୫% ବୃଦ୍ଧି ପାଇଛି । ଏକଥା ନିଜେ ସରକାର ମାନିଛନ୍ତି । ୨୦୧୭-୧୮ ଆର୍ଥୀକ ବର୍ଷରେ ଟିକସ ଆଦାୟ ୧୫% ବଢିଥିବା କଥା ସରକାର ନିଜେ କହିଥିଲେ । ଅଧିକ ଟିକସ ପାଇଲା ପରେ ପୁଣି କ୍ଷତିପୁରଣ କଥା ଉଠାଇ ମୁଖ୍ୟମନ୍ତ୍ରୀ ନିଜ ଅପାରଗତାର ପ୍ରମାଣ ଦେଇଛନ୍ତି ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି । ରାଜ୍ୟରେ ଋଣଭାର ୯୨ ହଜାର କୋଟି ଟଙ୍କାରେ ପହଂଚିଲାଣି । ପ୍ରତି ବ୍ୟକ୍ତି ପିଛା ୨୨ ହଜାର ଟଙ୍କାର ଋଣ ଏବେ ଝୁଲୁଛି । ଏପରି ସ୍ଥିତିରେ ସବୁ ଆମେ କରିବୁ କହିବ ଅସଙ୍ଗତ ଲାଗୁଛି । ମୁଖ୍ୟମନ୍ତ୍ରୀ ନିଜେ ନିଜ ଦଳର ପ୍ରତିଷ୍ଠା ଦିବସରେ ସ୍ୱତନ୍ତ୍ର ପାହ୍ୟା ନୁହେଁ ବଂର ଆର୍ଥୀକ ସ୍ୱାନ୍ତ୍ରତତା ଦରକାର ବୋଲି କହିଥିଲେ । ଏବେ ପୁଣି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କଥା ଉଠାଇବା ମାନସିକ ଅସ୍ଥିରତାକୁ ଦେଖାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

 ରାଜ୍ୟରେ ଋଣ ଭାର ୯୨ ହଜାର କୋଟି ଟଙ୍କାରେ ପହଂଚିଲାଣି
 ଜିଏସଟି ଲାଗୁ ହେଲା ପରେ ଓଡିଶାର ଟିକସ କଲେକ୍ସନ ୧୫% ବୃଦ୍ଧି ପାଇଛି
 ବିଜୁଳି ବିଭାଗ ତ ଏକାଦଶ ଅର୍ଥ କମିଶନ ଅର୍ଥକୁ ଖର୍ଚ୍ଚ କରିବାରେ ବି ଅସମର୍ଥ
 ଆମ ଗାଁ ଆମ ବିକାଶ ଯୋଜନାରେ ନାଁରେ ରାଜ୍ୟସରକାର ପଂଚାୟତ ଜନ ପ୍ରତିନିଧିମାନଙ୍କ ଆର୍ଥୀକ ସ୍ୱାତନ୍ତ୍ରତାକୁ ହନନ କରୁଛନ୍ତି

ଶ୍ରୀ ମହାନ୍ତି କହିଛନ୍ତି ଯେ, ସମଗ୍ର ଓଡିଶାରେ ରାଜ୍ୟସରକାର ସମସ୍ତଙ୍କ ଘରକୁ ବିଜୁଳି ସଂଯୋଗ କରିଛନ୍ତି ବୋଲି ବଡ ବଡ ବିଜ୍ଞାପନର ହୋଡିଙ୍ଗ ମାରିଛନ୍ତି । କେନ୍ଦ୍ର ସରକାର ଚତୁର୍ଦ୍ଦଶ ଯୋଜନାରେ ଗ୍ରାମୀଣ ବିଜୁଳି ସଂଯୋଗ ପାଇଁ ଅର୍ଥ ଦେଇସାରିଥିବାବେଳେ ଓଡିଶାରେ ଏବେ ଏକାଦଶ ଯୋଜନାର ଅର୍ଥ ଏବେ ସୁଦ୍ଧା ଖର୍ଚ୍ଚ ହୋଇପାରିନାହିଁ । କେବଳ ବିଜୁଳି ବିଭାଗରେ ଗ୍ରାମୀଣ ବିଜୁଳି ସଂଯୋଗ କେନ୍ଦ୍ର ସରକାର ୮୦୭୭ କୋଟି ଟଙ୍କା ଯୋଗାଇ ଦେଇଥିବାବେଳେ ରାଜ୍ୟ ସରକାର ସେହି ଅର୍ଥକୁ ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି । କେବଳ ସୌଭାଗ୍ୟ ଯୋଜନାରେ ରାଜ୍ୟ ସରକାର ୫୦୯ କୋଟି ଟଙ୍କା ହରାଇବାକୁ ଯାଉଛନ୍ତି ।ମୁଖ୍ୟମନ୍ତ୍ରୀଙ୍କର ନିଜ ଜିଲ୍ଲା ଗଂଜାମରେ ବି ରାଜ୍ୟ ସରକାର ମୋଦି ସରକାର ପଠାଇଥିବା ଅର୍ଥକୁ ଖର୍ଚ୍ଚ କରିବାରେ ବିଫଳ । ଯାହାର ପରିଣାମ ଆଜିବି ଗଂଜାମ ଜିଲ୍ଲାରେ ୪୭ ପ୍ରତିଶତ ବିପିଏଲ ପରିବାର ବିଜୁଳିରୁ ବଂଚିତ ଏହା କଣ ରାଜ୍ୟସରକାରଙ୍କ ଅପାରଗତା ସୂଚନା ଦେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here