ଖୋଲିଲା ଗୁମର, ଭଡାରେ ଆସିଥିଲେ ସଲମାନ ଖାନ, ୧୫ ମିନିଟ୍‌ ପାଇଁ ନେଲେ ୫ କୋଟି ଟଙ୍କା !

ଭୁବନେଶ୍ୱର: ହକି ନାଁରେ ହୋଇଛି ଘୋଟଲା | ବିଶ୍ୱ ହକି କପ ନାଁରେ ଅଯଥା ଟଙ୍କା ଉଡାଯାଉଥିବାର ଖବର ସର୍ବସମ୍ମୁଖକୁ ଆସିଛି | ତେବେ ଦେଖିବାକୁ ମିଳୁଛି ଯେ ବିଶ୍ୱ ହକି କପ ଯେତେକି ଗୁରୁତ୍ୱ ଦେବା କଥା ତାହା ସେତିକି ଦିଆଯାଉନାହିଁ | ସମସ୍ତଙ୍କ ନଜର ରହିଥିଲା ବଲିଉଡର ସୁପରଷ୍ଟାରଙ୍କ ଉପରେ | ବଲିଉଡର ସୁପରଷ୍ଟାର ଆସିଥିବା ଖବରର ଗୁମର ଏବେ ଖୋଲିଥିବାର ଦେଖିବାକୁ ମିଳିଛି | ଶୁଣିବାକୁ ମିଳୁଛି ଯେ ବଲିଉଡ ସୁପରଷ୍ଟାର ସଲମାନ ଖାନ ଭଡାରେ ଓଡିଶା ଆସିଥିଲେ | ମାନେ ତାଙ୍କୁ ପାଞ୍ଚ କୋଟି ଦିଆଯିବାର ସୂଚନା ମିଳିଛି | ପ୍ରଥମେ ତାଙ୍କୁ ଏକ କୋଟି ୮୯ ଲକ୍ଷ ଟଙ୍କାର ଆଡଭାନ୍ସ ଚେକ ଦିଆଯାଇଥିଲା | ଉକ୍ତ ଚେକଟି ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଥିବାର ଦେଖିବାକୁ ମିଳୁଛି | ଆହୁରି ମଧ୍ୟ ଶୁମିବାକୁ ମିଳିଛି ଯେ ମାତ୍ର ୧୫ ମିନିଟ୍‌ ପାଇଁ ୫ କୋଟିରୁ ଟଙ୍କା ନେଇଛନ୍ତି । ଏଥିସହ ଯିବା ଆସିବା ଲାଗି ଆଉ ଅନ୍ୟାନ୍ୟ ଖର୍ଚ୍ଚ ନେଇଛନ୍ତି | କୁହାଯାଉଛି ପୁରୁଷ ହକି ୱାର୍ଲ୍‌ଡ୍‌ କପ୍‌ ପାଇଁ ବାରବାଟୀ ଷ୍ଟାଡିଅମ୍‌ରେ ଆୟୋଜିତ ସେଲିବ୍ରେସନ୍‌ରେ ‘ଦବଙ୍ଗ୍‌’ ଖାନ୍‌ଙ୍କୁ ‘ହକି ଇଣ୍ଡିଆ’ ଜରିଆରେ ମୋଟା ଟଙ୍କା ଦେଇ ଓଡ଼ିଶା ଅଣା ଯାଇଥିଲା । ସୋଶାଲ୍‌ ମିଡିଆରେ ଏବେ ଭାଇରାଲ୍‌ ହୋଇଥିବା ଏହି ଚେକ୍‌ ଅନୁସାରେ ‘ହକି ଇଣ୍ଡିଆ’ ପକ୍ଷରୁ କେହି ମୁସ୍ତାକ୍‌ ଅହମ୍ମଦ୍‌ ସଲମାନ୍‌ଙ୍କ ବିଜୟା ବ୍ୟାଙ୍କ୍ ଆକାଉଣ୍ଟ୍‌ରେ ଏହି ଅଗ୍ରୀମ ଚେକ୍‌ ଏକ କୋଟି ୮୯ ଲକ୍ଷ ଟଙ୍କା ଡିପୋଜିଟ୍‌ କରିଛନ୍ତି । ଚେକ୍‌ଟି ୨୦୧୮ ନଭେମ୍ବର ୨୭ ତାରିଖକୁ ଦିଆଯାଇଛି । ଅଗ୍ରୀମ ଚେକ୍‌ ପାଇବା ପରେ ହକି ଇଣ୍ଡିଆ ନୁହେଁ, ବରଂ ଓଡ଼ିଶା ମୁଖ୍ୟମନ୍ତ୍ରୀ, କଟକ ଓ କଟକର ଦହିବରାକୁ ତାରିଫ୍‌ କରି ଏକ ସ୍କ୍ରିପ୍‌ଟ ମଧ୍ୟ ସଲମାନ୍‌ଙ୍କୁ ଧରାଇ ଦିଆଯାଇଥିଲା । କୁହାଯାଉଛି, ‘ହକି ଇଣ୍ଡିଆ’ ଚେକ୍‌ ଦେଇଥିଲେ ହେଁ ସେ ପଢ଼ିଥିବା ସ୍କ୍ରିପ୍‌ଟ ଅନୁସାରେ ହକି ଇଣ୍ଡିଆକୁ ଭୁଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ବଲିଉଡ୍‌ର ଏହି ମେଗାଷ୍ଟାର । ତେବେ ସଲମାନ ପାଞ୍ଚ କୋଟି ଟଙ୍କା ନେଇତିବା ବେଳେ ବାଦଶାହା ଶାହାରୁଖ ଖାନ୍, ମାଧୁରୀ ଦୀଖିତ, ଏ.ଆର୍ ରହମାନ୍‌ଙ୍କୁ ଓଡ଼ିଶା ଆସିବା ପାଇଁ ‘ହକି ଇଣ୍ଡିଆ’ ନିଜ ପାଣ୍ଠିରୁ କେତେ ଟଙ୍କା ଦେଇଚି ତାହାକୁ ନେଇ ଚର୍ଚ୍ଚା ସୃଷ୍ଟି ହେଉଛି |