ଗଣେଶଙ୍କୁ କାହିଁକି ଡିରନ୍ତି ଭାଇଜାନ , ଜାଣିନିଅନ୍ତୁ ଏହି ଖବରରୁ….

ମୁମ୍ବାଇ: ବଲିଉଡର ସୁରପରଷ୍ଟାର ତଥା ଭାଇଜାନ ସଲମାନ ଖାନଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ଲାଗିରହିଥିବାର ଦେଖିବାକୁ ମିଳେ | ତେବେ ସେ କେବଳ ପିଲ୍ମ ପାଇଁ ନବହେଁ ବରଂ ନିଜର ୟ୍ୟୁନିକ କ୍ବାଲିଟି ଲାଗି ମଧ୍ୟ ଚର୍ଚ୍ଚାକୁ ଆସନ୍ତି | ସମସ୍ତେ ଜାଣନ୍ତି ସଲ୍‌ମାନ୍‌ ତାଙ୍କ ବାପାଙ୍କୁ ଖୁବ୍‌ ମାନନ୍ତି, ଭଲପାଆନ୍ତି ଓ ସମ୍ମାନ ମଧ୍ୟ ଦିଅନ୍ତି । ସେ ଯାହା ବି କରନ୍ତି ନିଜ ବାପାଙ୍କୁ ପଚାରି କରନ୍ତି । ତାଙ୍କ ଜୀବନରେ ତାଙ୍କ ବାପା ମା’ଙ୍କ ଗୁରୁତ୍ୱ ଖୁବ୍‌ ଅଧିକ । କିନ୍ତୁ ଏମିତି ଦିନ ଥିଲା ଯେବେ ସଲ୍‌ମାନ୍‌ ଓ ତାଙ୍କ ଭାଇ ସୋହେଲ୍‌, ଅର୍‌ବାଜ୍‌ ତାଙ୍କ ବାପାଙ୍କ ଠାରୁ ସେହି ବ୍ୟକ୍ତି ଜଣକୁ ଅଧିକ ଗୁରୁତ୍ୱ ଓ ଭଲ ପାଉଥିଲେ । ଯେତେବେଳେ ସେ ତାଙ୍କ ଘରକୁ ଆସୁଥିଲେ, ତାଙ୍କ ନାଁ ନେଇ ସମସ୍ତେ ଦୌଡ଼ି ଯାଉଥିଲେ । ସେ ହେଉଛନ୍ତି ଗଣେଶ ନାମକ ଜଣେ ବ୍ୟକ୍ତି । ତାଙ୍କ ଘରକୁ ସେତେବେଳେ ଗଣେଶ ନାମକ ଜଣେ ବ୍ୟକ୍ତି ଆସୁଥିଲେ । ଯାହାକୁ ତିନି ଭାଇ ଅପେକ୍ଷା କରି ରହୁଥିଲେ । ଏହି ତିନିଭାଇ ସେତେବେଳେ ତାଙ୍କ ବାଟକୁ ଚାହିଁ ବସୁଥିଲେ । ସେ ଗଣେଶ କିଏ ଜାଣିଛନ୍ତି ? ସେ କିଏ ଏକଥା ସଲିମ୍ ଖାନ୍‌ ଖୁଲାସା କରିଛନ୍ତି । କପିଲ୍‌ ଶର୍ମାଙ୍କ ଶୋ’କୁ ଅତିଥି ଭାବେ ଆସିଥିବା ସମୟରେ ସଲିମ୍‌ ଏହି ପୋଲ୍‌ ଖୋଲିଥିଲେ । ସେ କହିଥିଲେ ଯେ, ‘ଗଣେଶ ନାମକ ଜଣେ ବ୍ୟକ୍ତି ପରୀକ୍ଷା ପ୍ରଶ୍ନ ପତ୍ର ନେଇ ଆସେ । ତେଣୁ ସେ ଆସିବା ମାତ୍ରେ ଏମାନେ ଦୌଡ଼ି ଯାଆନ୍ତି । ମୁଁ ଭାବେ ଏ କିଏ ଯାହାକୁ ଏତେ ସମ୍ମାନ ମିଳୁଛି । ପରେ ଜଣା ପଡ଼ିଲା ଯେ, ପରୀକ୍ଷାର ଯେଉଁ ପେପର୍‌ ଲିକ୍‌ ହେଉଥିଲା ସେ ଏମାନଙ୍କୁ ସେହି ପ୍ରଶ୍ନ ପତ୍ର ଆଣିକି ଦିଅନ୍ତି ବୋଲି ବାପା ସଲିମ କହିଥିଲେ ।’

ଲାଇଭ ଶୋରେ କାନ୍ଦିଲେ ନେହା କକ୍କର, ଦେଖନ୍ତୁ ଏହି ଭିଡିଓରେ ….