ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

1

ସାଲେପୁର  : ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମାତ୍ର ୧୨ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିଛି ପୋଲିସ। କଟକ ପୋକ୍ସୋ କୋର୍ଟରେ ସାଲେପୁର ପୋଲିସ ଏହି ଚାର୍ଜସିଟ୍ ଦାଖଲ କରିଛି । ଦଫା ୩୭୬ (କ), ୩୭୬(ଖ), ଦଫା ୩୦୨, ୩୬୩ ଆଇପିସି ଏବଂ ୬ ପୋକ୍ସୋ ଆକ୍ଟରେ ଚାର୍ଜସିଟ୍ କରାଯାଇଛି। ପୋକ୍ସୋ ଆଇନ ଅଧ୍ୟାଦେଶ ପରେ ରାଜ୍ୟରେ ଏହା ପ୍ରଥମ ଘଟଣା। ପ୍ରତି ଦିଗକୁ ନଜରରେ ରଖିବା ସହ ତଦନ୍ତ କରାଯାଇ ଅଭିଯୋଗ ଫର୍ଦ୍ଦରେ ସବୁ ଦର୍ଶାଯାଇଥିବା ସାଲେପୁର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ କି, ଏପ୍ରିଲ ୨୧ ତାରିଖ ରାତିରେ ସାଲେପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ପ୍ରଥମ ଶେଣୀରେ ପଢୁଥିବା ୬ ବର୍ଷୀୟ ନାବାଳିକାଟି ପାଖ ଦୋକାନକୁ ବିସ୍କୁଟ କିଣିବା ପାଇଁ ଯାଇ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏକ ବିଦ୍ୟାଳୟ ପ୍ରାଙ୍ଗଣରୁ ତାଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରାଯାଇ ସଙ୍ଗେସଙ୍ଗେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଶେଷରେ ଦୀର୍ଘ ୯ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୯ ତାରିଖରେ କଟକ ଏସିବି ମେଡ଼ିକାଲରେ ପୀଡିତା ଜଣକ ମୃତ୍ୟୁବରଣ କରିଥିଲେ। ଏହି ମାମଲାରେ ପୋଲିସ ଅଭିଯୁକ୍ତ ଏମ.ଡି ମୁସ୍ତାଫାକୁ ଗିରଫ କରିଥିଲା। ଚଳିତ ମାସ ୪ ତାରିଖରେ ମୁସ୍ତାଫାକୁ କଟକର ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା।

 

LEAVE A REPLY

Please enter your comment!
Please enter your name here