ବହୁ ଚର୍ଚ୍ଚିତ ଫିଲ୍ମ ଜିରୋକୁ ଲାଗିଲା ନଜର, ବିବାଦରେ ଛନ୍ଦି ହେଲେ ଶାହାରୁଖ

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ବଲିଉଡରେ ଏମିତି କେଉଁ ଫିଲ୍ମ ନାହିଁ ଯାହା ରିଲିଜ ହେବା ପୂର୍ବରୁ ବିବଦ ବାଟ ଦେଇ ଯାଇନଥିବ । ତେବେ ଯେଉଁ ଫିଲ୍ମ ଯେତେ ବିବାଦରେ ଛନ୍ଦି ଫିଲ୍ମଟି ସେତେ ଅଧିକ ହିଟ ହୁଏ ବୋଲି ଦେଖିବାକୁ ମିଳେ । ତେବେ ଶାହାରୁଖଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ଜିରୋକୁ ନେଇ ମଧ୍ଯ ବିବାଦ ଉପୁଜିଛି । ଜିରୋ ଫିଲ୍ମରେ ଶିଖ୍‌ ସଂପ୍ରଦାୟକୁ ଅପମାନିତ କରିବା ଭଳି କିଛି ଦୃଶ୍ୟ ରହିଥିବାରୁ ଏହାକୁ ବାଦ୍‌ ଦେବା ପାଇଁ ବିଜେପି ଦାବି କରିଛି । ଏପରି କି ବିଜେପି ବିଧାୟକ ମଞ୍ଜିନ୍ଦର ସିଂହ ସିସ୍ରା ଏନେଇ ଫିଲ୍ମ ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟ ଓ ଶାହାରୁଖଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍‌ ନିକଟରେ ଏଫ୍‌ଆଇଆର୍‌ ଦାଏର କରିଛନ୍ତି । ପଶ୍ଚିମ ଦିଲ୍ଲୀରେ ଥିବା ନର୍ଥ ଏଭେନ୍ୟୁ ଷ୍ଟେସନ୍‌ ହାଉସ୍‌ ଅଫିସରଙ୍କ ନିକଟରେ ଶ୍ରୀ ସିସ୍ରା ଦାଖଲ କରିଥିବା ଏଫ୍‌ଆଇଆର୍‌ରେ କହିଛନ୍ତି,ଜିରୋ ଫିଲ୍ମର ପ୍ରମୋ ଏବଂ ପୋଷ୍ଟର ଏବେ ରିଲିଜ୍‌ ହୋଇଛି । ଯେଉଁଥିରେ ଅଭିନେତା ଶାହାରୁଖ ଖାନ୍‌ ହାଫ୍‌ ପ୍ୟାଣ୍ଟ ପିନ୍ଧି ଶିଖ୍‌ ସଂପ୍ରଦାୟର ପ୍ରସିଦ୍ଧ ପ୍ରତୀକ ଘାତକ କ୍ରିପାନ୍‌ (ଛୋଟ ଛୁରୀ)କୁ ଆପତ୍ତିଜନକ ଭାବେ ପ୍ରଦର୍ଶିତ କରୁଛନ୍ତି । ଏହା ଶିଖ୍‌ ସଂପ୍ରଦାୟ ପ୍ରତି ଅପମାନ । ଫିଲ୍ମ ନିର୍ଦ୍ଦେଶକ ଓ ଅଭିନେତା ଶାହାରୁଖ ଏହାକୁ ତୁରନ୍ତ ସିନେମାରୁ ବାଦ ଦେବା ଦରକାର ।”ଦିଲ୍ଲୀ ଶିଖ୍‌ ଗୁରୁଦ୍ୱାର ମ୍ୟାନେଜମେଣ୍ଟ କମିଟିର ସାଧାରଣ ସମ୍ପାଦକ ଥିବା ଶ୍ରୀ ସିସ୍ରା କହିଛନ୍ତି, ଶିଖ୍‌ ସଂପ୍ରଦାୟ ମଧ୍ୟରେ ପ୍ରଚଳିତ ନିୟମ ଅନୁଯାୟୀ କ୍ରିପାନ୍‌ ହେଉଛି ଏକ ସେରିମନିୟାଲ ଖଣ୍ଡା । ଏହାକୁ କେବଳ ଅମୃତଧାରୀ ଶିଖ୍‌ମାନେ ହିଁ ପ୍ରଦର୍ଶନ କରିପାରିବେ । ଯଦି ଫିଲ୍ମ ନିର୍ଦ୍ଦେଶକ ଓ ଅଭିନେତା ଫିଲ୍ମରୁ ଏହାକୁ ବାଦ ନ ଦେବେ, ତା’ହେଲେ ଶିଖ୍‌ ସଂପ୍ରଦାୟ ବିଭିନ୍ନ ସିନେମା ହଲ୍‌ ଆଗରେ ବିକ୍ଷୋଭ କରିବା ସହ ସ୍କ୍ରିନିଂ ବନ୍ଦ କରିବ ବୋଲି ସେ ଧମକ ଦେଇଥିବାର ସୂଚନା ମିଳିଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here