କଂଗ୍ରେସ ବିଧାୟକ ଦଳରୁ ଶଗରିଆ ଆଉଟ, ଜର୍ଜ ଇନ, ନରସିଂହଙ୍କ ବିରୋଧୀ ଦଳ ନେତା ପାଦ ବଜାୟ ରହିଲା

https://www.facebook.com/nnsodia/videos/267154983995629/?t=5

ଭୂବନେଶ୍ଵର : ସମତାକ୍ରାନ୍ତି ବିଧାୟକ ଦଳ କଂଗ୍ରେସ ବିଧାୟକ ଦଳରେ ବିଧିବଦ୍ଧ ଭାବେ ସାମିଲ ହେଲା | ଏଥିନେଇ ବିଧାନସଭା ପକ୍ଷରୁ ଆଜି ବିଜ୍ଞପ୍ତି ଜାରି ହୋଇଛି | ସମତାକ୍ରାନ୍ତିର ଏକମାତ୍ର ବିଧାୟକ ଜର୍ଜ ତ୍ରିକୀ କଂଗ୍ରେସର ବିଧାୟକ ଭାବେ ପରିଗଣିତ ହେଲେ | ଅନ୍ୟପଟରେ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଥିବା କୃଷ୍ଣ ଚନ୍ଦ୍ର ଶଗରିଆଙ୍କ ଇସ୍ତଫା ବାଚସ୍ପତି ଗ୍ରହଣ କରି ନେଇଛନ୍ତି | ଏନେଇ ମଧ୍ୟ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି | ଫଳରେ କଂଗ୍ରେସ ଦଳ ବିଧାନସଭାରେ ବିରୋଧୀ ଦଳର ମାନ୍ୟତା ବଜାୟ ରହିଲା | ଶଗରିଆଙ୍କ ଇସ୍ତଫା ପରେ କଂଗ୍ରେସ ବିରୋଧୀ ଦଳର ମାନ୍ୟତା ହରାଇବ ବୋଲି ଯାହା କୁହାଯାଉଥିଲା ତାହା ଦୂର ହୋଇଛି |
ଶଗରିଆଙ୍କ ଇସ୍ତଫା ପରେ କଂଗ୍ରେସ ର ବିଧାୟକ ସଂଖ୍ୟା ୧୪କୁ ହ୍ରାସ ପାଇଥିଲାବେଳେ ଜର୍ଜଙ୍କ ଯୋଗଦାନ ଦ୍ଵାରା ସଂଖ୍ୟା ୧୫ରେ ପହଁଚିଲା | ୧୪୭ ସଂଖ୍ୟା ବିଶିଷ୍ଟ ବିଧାନସଭାରେ ବିରୋଧୀ ଦଳ ମାନ୍ୟତା ପାଇବା ପାଇଁ ୧୫ ଜଣ ବିଧାୟକ ଆବଶ୍ୟକ | ଜର୍ଜ ପୂର୍ବରୁ କଂଗ୍ରେସରେ ମିଶି ସାରିଥିଲେ | କଂଗ୍ରେସ ବିଧାୟକ ଦଳରେ ନମିଶିବା ପାଇଁ ଗତ ୨ ତାରିଖରେ ବାଚସ୍ପତିଙ୍କୁ ଲିଖିତ ଭାବେ ଜଣାଇଥିଲେ | ସେ ଆଜି ମଧ୍ୟ ବିଧାନସଭାକୁ ଆସି ବାଚସ୍ପତିଙ୍କୁ ଭେଟି ଅବଗତ କରିଥିଲେ |
କୁହାଯାଉଛି ବିରୋଧୀ ଦଳ ନେତା ପଦରୁ ନରସିଂହ ମିଶ୍ରଙ୍କୁ ହଟାଇବା ପାଇଁ କଂଗ୍ରେସ ଭିତରେ ଯେଉଁ ଷଡ଼ଯନ୍ତ୍ର ରଚାଯାଇଥିଲା ତାହା ଫସର ଫାଟିଲା | ଦଳର ଚକ୍ରାନ୍ତକାରୀଙ୍କ ଚକ୍ରାନ୍ତ ଫେଲ ମାରିଲା |

ମତାମତ ଦିଅନ୍ତୁ

Please enter your comment!
Please enter your name here