ଆସିବେ ତେନ୍ଦୁଲକର

ଭୁବନେଶ୍ୱର: ଆସନ୍ତା କାଲି ଓଡ଼ିଶା ହକି ବିଶ୍ୱକପ ଦେଖିବା ପାଇଁ ଆସିବେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର । ଏ ନେଇ ସେ ଟ୍ୱିଟ କରି ଜଣାଇଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ବିଶ୍ୱସ୍ତରୀୟ ପ୍ରସ୍ତୁତି କରିଛନ୍ତି ସେଥିପ୍ରତି ତାଙ୍କର ସମର୍ଥନ ଜଣାଇବା ପାଇଁ ସେ ଆସିବେ । କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା କାଲି ଦେଖା ହେବ ବୋଲି ସଚିନ ଟ୍ୱିଟ କରିଛନ୍ତି ।