You are here
Home > ଲାଟେଷ୍ଟ > ଆରଏସପି ଅଧିକାରୀ ଗିରଫ

ଆରଏସପି ଅଧିକାରୀ ଗିରଫ

♦ ଟେଣ୍ଡର ପାସ୍ ପାଇଁ ଲାଞ୍ଚ ନେଇ ଧରାପଡିଲେ
♦ ଲାଞ୍ଚ ଦେଇଥିବା ବ୍ୟକ୍ତି ବି ଗିରଫ
ଭୁବନେଶ୍ୱର: ଗିରଫ ହୋଇଛନ୍ତି ରାଉରକେଲା ଇସ୍ପାତ କାରଖାନା ଆରଏସପି ୱାର୍କସ୍ ବିଭାଗର ନିର୍ବାହୀ ନିର୍ଦେଶକ ବିପି ବର୍ମା । ଟେଣ୍ଡର ପାସ୍ ପାଇଁ ଏକ ଲକ୍ଷ  ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସିବିଆଇ ଏସପି ସୂଚନା ଦେଇଛନ୍ତି । ରାଉରକେଲା ସ୍ଥିତ ବାସ ଭବନରୁ ତାଙ୍କୁ ସିବିଆଇ ଗିରଫ କରିଛି । ଏତଦଭିନ୍ନ ଏସବିଆଇରେ ଥିବା ବର୍ମାଙ୍କ ଲକର ମଧ୍ୟ ଯାଞ୍ଚ  କରଯାଇଛି । ତେବେ ସେକ୍ଟର ୧୯ରେ ଥିବା ଏସବିଆଇ ବ୍ୟାଙ୍କ ଆକାଉଣ୍ଟରେ୨୯ ଲକ୍ଷ ୧୫ ହଜାର ଟଙ୍କା ଥିବା ଜଣାପଡିଛି । ଲାଞ୍ଚ ଦେଇଥିବା ବ୍ୟକ୍ତି ବିନୟ କୁମାର ସିଂହଙ୍କୁ ମଧ୍ୟ ଗିରଫ କରାଯାଇଛି । ବିନୟ ହେଉଛନ୍ତି ଭିଷା ଭୁ୍ୟୟର୍ସ କମ୍ପାନୀର କର୍ମଚାରୀ । ଟେଣ୍ଡର ପାସ୍ କରି ଦେବା ଲାଗି ଲାଞ୍ଚ ଦେଇଥିଲେ । ଗିରଫ ପରେ ଉଭୟଙ୍କୁ ଆଜି ଭୁବନେଶ୍ୱର ଅଣାଯାଇଛି । ଗତମାଲି ବର୍ମାଙ୍କ କାର୍ଯ୍ୟାଳୟ ଓ ବାସଭବନ ଉପରେ ସିବିଆଇ ରେଡ କରିବା ବେଳେ ୨୦ ଲକ୍ଷର ନୂଆ ୨୦୦୦ ଟଙ୍କିଆ ନୋଟ ଜବତ ହୋଇଥିଲା । ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଡକୁ୍ୟମେଣ୍ଟ ସିବିଆଇ ପାଇଛି । ଗତ ୩ ଦିନ ତଳେ ଇଡି ୱାର୍କ ଆଣ୍ଡ ପ୍ରୋଜେକ୍ଟ ଭାବେ ବୋକାରୋ ଷ୍ଟିଲ ପ୍ଲାଣ୍ଟକୁ ତାଙ୍କର ବଦଳି ହୋଇଥିଲା । କିନ୍ତୁ ସେ ଯୋଗ ଦେଇନଥିଲେ । ସିବିଆଇର ଏକ ୬ଜଣିଆ ଟିମ ସେକ୍ଟର ୧୯ ସ୍ଥିତ ଷ୍ଟେଟବ୍ୟାଙ୍କ ଶାଖାକୁ ଯାଇ ଆକାଉଣ୍ଟ ଯାଞ୍ଚ କରିଥିଲେ  । ଯାଞ୍ଚ ବେଳେ ଆକାଉଣ୍ଟରେ ୨୯ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଥିବା ଜଣାପଡିଥିଲା । ଏହାବ୍ୟତୀତ  ତାଙ୍କ ଲକରକୁ ମଧ୍ୟ ସିଲ କରିଦିଆଯାଇଛି । ଏହି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ମଧ୍ୟରେ ଥିବା ବିପି ବର୍ମାଙ୍କ ଅଫିସ ଉପରେ ପୁଣି ଥରେ ଚଢ଼ାଉ କରିଛି । କାରଣ ଗୋଟିଏ ଦୁଇଟି ନୁହେଁ ଏକାଧିକ ମାମଲାରେ ବିପି ବର୍ମା ଅହେତୁକ ଅନୁକମ୍ପା ଦେଖାଇ ଟେଣ୍ଟର ହୋଫେର କରିଛନ୍ତି । ଏପର୍ଯ୍ୟନ୍ତ ସିବିଆଇ ପାଖାପାଖି ୫୦ ଲକ୍ଷ ଟଙ୍କା ବିପି ବର୍ମାଙ୍କ ଠାରୁ ଜବତ କରିସାରିଛି । ତେବେ ଯାଞ୍ଚପରେ ଶ୍ରୀ ବର୍ମା କେଉଁ କାମ ପାଇଁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ହେବ । କୋଲକାତା ଓ ବୋକାରୋ ସ୍ଥିତ ବାସଭବନ ଉପରେ ମଧ୍ୟ ଚଢ଼ଉ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ସିବିଆଇ ଯାଞ୍ଚକୁ ତୀବ୍ର କରିଥିବା ବେଳେ ତାଙ୍କୁ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ରକୋର୍ଟରେ ହାଜର କରାଯିବ ।

Loading...
ONA

Leave a Reply

Top