You are here
Home > ଲାଟେଷ୍ଟ > ସଡକ ଦୁର୍ଘଟଣା : ଅଟୋ ପଛରୁ ପିଟିଲା କାର ୨ ମୃତ୍ୟୁ

ସଡକ ଦୁର୍ଘଟଣା : ଅଟୋ ପଛରୁ ପିଟିଲା କାର ୨ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱର ୬୦ ନମ୍ବର ଜାତୀୟ ରାଜପଥର ରୁପସା ଥାନା ନିକଟରେ ଆଜି ସକାଳେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତ୍ୱର ଆହାତ ହୋଇଛନ୍ତି । ଏମାନେ ସମସ୍ତେ ରୁପସା ନିକଟସ୍ଥ ତାହାରପୁର ପୁର ଗାଁର ।

ସକାଳେ ତାହାରପୁର ଗାଁର ୬ ଜଣ ଯୁବକ ଏକ ଅଟୋରେ ବାଲେଶ୍ୱର ଅଭିମୁଖେ ଯାଉଥିଲେ। ରୁପ୍‌ସା ଥାନା ନିକଟରେ ଏକ କାର୍‌ ଅଟୋକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବ୍ରଜମୋହନ ସେନାପତି ଓ କମଳାକାନ୍ତ ସ୍ୱାଇଁଙ୍କ ମୃତ୍ୟୁ ଘଟିଥିଲା। ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Loading...
ONA

Leave a Reply

Top