ଅଜଣା ଗାଡି ଧକ୍କାରେ ଗୋଟିଏ ପରିବାରର ତିନି ମୃତ୍ୟୁ

https://www.facebook.com/nnsodia/videos/267154983995629/?t=5

ବାରିପଦା: ଅଜଣା ଗାଡି ଚଢାଇଲା ଏକ ବାଇକ ଉପରେ | ଗୋଟିଏ ପରିବାରର ତିନି ମୃତ୍ୟୁ | ବାରିପଦାର ବେତନଟୀ ଥାନା ଏନଏଚ 18 ବଙ୍ଗଳା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ସୂଚନା ମିଳୁଛି | ଦୁର୍ଘଟଣାରେ ଗୋଟିଏ ପରିବାର ଉପରେ ଅଜଣା ଗାଡି ଚଢିଯାଇଥିବାର ଅଭିଯୋଗ ହେଉଛି | ପରିବାରର ବାପା, ମାଆ ଓ ସାନ ଝିଅର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ବଡ ଝିଅ ଗୁରୁତର ଆହତ ହୋଇଥିବାର ସୂଚନା ମିଳୁଛି | ବାଇକରେ ଯାଉଥିବାବେଳେ ଏହି ଧକ୍କା ହୋଇଥିଲା | ତେବେ ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି | ତେବେ ବଡ ଝିଅ ମୃତ୍ୟୁ ସହ ସଂଘର୍ଷ କରୁଥିବାର ସୂଚନା ମିଳୁଛି | ତେବେ ଘଟଣା ସ୍ଥଳରେ ପୁଲିସ ପହଁଞ୍ଚି ତଦନ୍ତ କରୁଥିଲେ ମଧ୍ୟ ମୃତକଙ୍କ ପତ୍ତା ମିଳିପାରି ନାହିଁ |

 

ମତାମତ ଦିଅନ୍ତୁ

Please enter your comment!
Please enter your name here