ଓଡ଼ିଶା ଦଳ ଜିତିଲା ମହିଳା ଫୁଟବଲ ଲିଗ

0
1

ଭୁବନେଶ୍ୱର: ଓଡ଼ିଆ ଝିଅମାନଙ୍କୁ ନେଇ ଗଠିତ ଶକ୍ତିଶାଳୀ ‘ରାଇଜିଂ ଷ୍ଟୁଡ଼େଣ୍ଟସ୍’ ଦଳ ଭାରତୀୟ ମହିଳା ଫୁଟବଲ ଲିଗ୍ ବିଜେତା ହୋଇଛି । ଇଷ୍ଟର୍ଣ୍ଣ ସ୍ପୋଟିଂ ୟୁନିୟନକୁ ଫାଇନାଲ୍ରେ ଟାଇବ୍ରେକ ଗୋଲ ଯୋଗେ ପରାସ୍ତ କରି ଏହି ଓଡ଼ିଆ ଟିମ ଜାତୀୟସ୍ତରର ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଜିତିପାରିଛି ।

ଏହି ଟୁର୍ଣ୍ଣାମେଣ୍ଟ ଜିତିବା ପରେ ‘ରାଇଜିଂ ଷ୍ଟୁଡ଼େଣ୍ଟସ୍’ ଦଳ ଫେରିଛନ୍ତି ଓଡ଼ିଶା । ଦଳର ସହକାରୀ ପ୍ରଶିକ୍ଷକ ତଥା ପୂର୍ବତନ ଭାରତୀୟ ମହିଳା ଫୁଟବଲ କପ୍ତାନ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ କହିଛନ୍ତି, ବିଜୟର ସମସ୍ତ ଶ୍ରେୟ ସବୁ ଖେଳାଳିଙ୍କୁ ଦିଆଯିବ । ଭବିଷ୍ୟତରେ ଆମ ଦଳର ସମସ୍ତ ଖେଳାଳିଙ୍କୁ ସ୍ୱତନ୍ତ୍ର ଭାବେ ଉତ୍ସାହିତ କରାଯିବ ବୋଲି କହିଛନ୍ତି ଶ୍ରଦ୍ଧାଞ୍ଜଳି ।

ଓଡ଼ିଶାର ମହିଳା ଫୁଟବଲ ଖେଳାଳିମାନେ ଏବେ ଜାତୀୟ ତଥା ଆନ୍ତର୍ଜାତୀୟସ୍ତରରେ ବେଶ୍ ଭଲ ପ୍ରଦର୍ଶନ କରୁଛନ୍ତି । ଉକ୍ରୃଷ୍ଟ ଖେଳ ପ୍ରଦର୍ଶନ ଲାଗି ଜାତୀୟ ସ୍ତରରେ ଅନେକ ଖେଳାଳି କୃତୀତ୍ୱ ଅର୍ଜନ କରିବା ଦେଖାଯାଉଛି । ଓଡ଼ିଆ ମହିଳା ଖେଳାଳିଙ୍କୁ ଅଧିକ ପ୍ରୋତ୍ସାହିତ କରାଗଲେ ସେମାନେ ଆନ୍ତର୍ଜାତୀକ ସ୍ତରରେ ଓଡ଼ିଶାକୁ ଗୌରବାନ୍ୱିତ କରିପାରନ୍ତେ ।

LEAVE A REPLY

Please enter your comment!
Please enter your name here