ଆଜିଠୁ ଅବସରପ୍ରାପ୍ତ ଶିକ୍ଷକଙ୍କ ଗଣସତ୍ୟାଗ୍ରହ

ଭୁବନେଶ୍ୱର: ଆଜିଠୁ ଅବସରପ୍ରାପ୍ତ ଶିକ୍ଷକଙ୍କ ଗଣସତ୍ୟାଗ୍ରହ କରିବେ । ଦୀର୍ଘଦିନ ଧରି ନ୍ୟାୟଲାଗି ସରକାରଙ୍କୁ ନିବେଦନ କରିଥିଲେ ହେଁ ଅଦ୍ୟାବଧି ନ୍ୟାୟ ମିଳିଲା ନାହିଁ । ତେଣୁ ନିଜର ନ୍ୟାୟ ଲାଗି ନିଖିଳଉକ୍ରଳ ନିମ୍ନ ମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକମଂଚ ପକ୍ଷରୁ ଆଜିଠାରୁ ଆନ୍ଦୋଳନ ହେବ । ଅବସରପ୍ରାପ୍ତ ଶିକ୍ଷକମାନେ ଅର୍ଥମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଗଣସତ୍ୟାଗ୍ରହ କରିବେ ବୋଲି ସଂଘରସଭାପତି ମାଧବ ବିଶ୍ୱାଳ ସୂଚନା ଦେଇଛନ୍ତି । ୧୯୯୭ ଅଗଷ୍ଟ ୧୨ରୁ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲର ଶିକ୍ଷକମାନେ ଗୋଟିଏ କ୍ୟାଡରର ଅନ୍ତର୍ଭୁକ୍ତ ହେଲେ ମଧ୍ୟ ସେମାନଙ୍କର ପେନ୍ସନ୍ ଏବଂ ଗ୍ରାଚ୍ୟୁଇଟିରେ ଥିବା ଅସଂଗତି ଦୂର କରାଯାଇନଥିଲା । ଏସମ୍ପର୍କରେ ମଂଚ ପକ୍ଷରୁ ବହୁବାର ସ୍କୁଲ ଓ ଗଣ ଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲେ ହେଁ ସମସ୍ୟାର ସମାଧାନ ହେଉ ନାହିଁ ବୋଲି ଶ୍ରୀ ବିଶ୍ୱାଳ ସାମ୍ବାଦିକମାନଙ୍କୁ ପୂର୍ବରୁ ଜଣାଇଥିଲେ । ଆଜି ଏ ନେଇ ଅର୍ଥମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଗଣସତ୍ୟାଗ୍ରହ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଚେଇଁ ଶୋଇଛି ସରକାର, ଭିକ୍ଷୁକ ସାଜିଲେ ଶିକ୍ଷକ