୧୫ ଫୁଟର ଅହିରାଜ ଉଦ୍ଧାର

ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନସ୍ଥ କାଳିଝାଟି ଗ୍ରାମରେ ଏକ ୧୫ଫୁଟର ଅହିରଜ ଯାହାକୁ କିଙ୍ଗ କୋବ୍ରା ସାପ କୁହାଯାଏ ତାକୁ ଉଦ୍ଧାର କରାଯାଇଛି । ଏହି ବିଷଧର ସାପକୁ ଉଦ୍ଧାର କରିଛନ୍ତି ବାଲେଶ୍ୱର ଅନରାରୀ ୱାଇଲ୍ଡ ଲାଇଫ ୱାଡେନ ତଥା ନୀଳଗିରି ରାଜ ପରିବାର ସଦସ୍ୟ ପ୍ରକାଶ ମର୍ଦରାଜ ଓ ତାଙ୍କ ଟିମ ଏଥିସହିତ ସାପର ଚିକିତ୍ସା କରାଇ ତାଙ୍କୁ କୁଲଡିହା ଅଭୟାରଣ୍ୟରେ ଛାଡ଼ିଛନ୍ତି । ସୂଚନାନୁଯାୟୀ, ସାପର ଗର୍ଜନ ଶୁଣି ଗାଁ ଲୋକେ ଅତଙ୍କିତ ହୋଇଯାଇଥିଲେ ତା ପରେ ସାପକୁ ଦେଖିବା ପରେ ଗ୍ରାମବାସୀ ଘର ତାଟି କବାଟ ପକାଇ କେହି ଆଉ ବାହାରକୁ ବାହାରିଲେ ନାହିଁ ତା ପରେ ତୁରନ୍ତ ପ୍ରକାଶଙ୍କୁ ଖବର ଦେଇଥିଲେ । ଗ୍ରାମବାସୀଙ୍କ ଖବର ପାଇଁ ପ୍ରକାଶ ତିଳେ ଡେରି ନକରି ନିଜ ଟିମ ସହ ଆସି ସେଠାରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ ।

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଆମିକସକ୍ୟୁରି