ଜିଓ ଗ୍ରାହକ ସଂଖ୍ୟା ୫ କୋଟି, ମାର୍ଚ୍ଚ ସୁଦ୍ଧା ହେବ ଦୁଇଗୁଣ

0
1

ମୁମ୍ବାଇ: ମାଗଣା ମୋବାଇଲ୍‌ ଓ ଡାଟା ସେବା ଦେଇ ଚର୍ଚ୍ଚାରେ ଥିବା ରିଲାଏନ୍ସ ଜିଓ ଏବେ ପୁଣି ଚର୍ଚ୍ଚାରେ। ଏହି ସେବାକୁ ୨୦୧୭ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥିବା କମ୍ପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି।
 ଜିଓ ଅଫ୍‌ର ଘୋଷଣା ହେବାପରେ ଏହାର ଗ୍ରାହକ ସଂଖ୍ୟା ଅତି କମ୍‌ ସମୟ ଭିତରେ ୫ କୋଟିକୁ ବୃଦ୍ଧି ପାଇଥିବା ମୁକେଶ କହିଛନ୍ତି। ଜିଓର ଗ୍ରାହକମାନେ ଅନ୍ୟ ନେଟୱର୍କ ଅପେକ୍ଷା ୨୫ ଗୁଣ ଅଧିକ ଡାଟା ବ୍ୟବହାର କରୁଛନ୍ତି। ପ୍ରଥମରୁ ଜିଓର ନେଟୱର୍କ ସ୍ପିଡ୍‌ କମ୍‌ଥିଲା ଏବେ ଅପେକ୍ଷାକୃତ ଭଲ ଅଛି ବୋଲି ମୁକେଶ ଅମ୍ବାନୀ ପ୍ରକାଶ କରିଛନ୍ତି।  ଏହି ଅବସରରେ ସେ ଭାରତ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ସାରାଦେଶରେ ୨ ଲକ୍ଷ ଇ କେୱାଇସି କେନ୍ଦ୍ର ମାଧ୍ୟମରେ ମାତ୍ର ୫ ମିନଟ୍‌ରେ ଜିଓ  ସିମ୍‌ ଆକ୍ଟିଭେଟ୍‌ ହୋଇ ପାରୁଛି।  ମାର୍ଚ୍ଚ ୨୦୧୭ ସୁଦ୍ଧା ଏହାକୁ ୨ ଗୁଣ କରାଯିବ ବୋଲି ମୁକେଶ କହିଛନ୍ତି।
-ଗତ ୩ମାସ ଭିତରେ ଜିଓରୁ ପ୍ରାୟ ୯୦୦ କୋଟି ଭଏସ୍‌ କଲ୍‌ ହୋଇଛି।
 -୧୦୦ଟି ସହରରେ ଡିସେମ୍ବର ୩୧ ସୁଦ୍ଧା ମାଇ ଜିଓ ଉପଲବ୍ଧ ହେବ।
 -ଏହି ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କର ବିମୁଦ୍ରାକରଣ ଯୋଜନାର ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here