ମରିବାର ୪ ଘଣ୍ଟା ପରେ ଜୀବନ୍ତ ହେଲେ ଏହି ବ୍ୟକ୍ତି , ପଢନ୍ତୁ କେମିତି ଏହା ସମ୍ଭବ…

ରାଜସ୍ଥାନ : ଜନ୍ମ ଓ ମୃତ୍ୟୁ ଚିରନ୍ତର ସତ୍ୟ ଅଟେ । ଯେପରି ଜନ୍ମ ସତ୍ୟ ଅଟେ, ସେପରି ମୃତ୍ୟୁ ମଧ୍ୟ ସତ୍ୟ ଅଟେ । ଜନ୍ମ ମୃତ୍ୟୁ ଭଗବାନଙ୍କ ହାତରେ ଥାଏ ବୋଲି ଆମେ ବିଶ୍ୱାସ କରିଥାଉ । ତେବେ ବତ୍ତମାନ ଏପରି ଏକ ଖବର ପ୍ରକାଶ ପାଇଛି ଯାହା ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । ଜଣେ ୯୫ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁର ୪ ଘଣ୍ଟା ପରେ ପୁଣି ଜୀବନ୍ତ ହୋଇଥିବା ସୂଚନା ମିଳିଛି । ଉକ୍ତ ଘଟଣା ଘଟିବା ପରେ ସାରା ଅଞ୍ଚଳରେ ଏକ ପ୍ରକାରର ଚହଳ ସୃଷ୍ଟି ହୋଇଯାଇଛି । ଏପରି ଅଦ୍ଦୁତ ଘଟଣା ଘଟିଛି ରାଜସ୍ଥାନର ଝୁଞ୍ଝୁନର ଖିତାଡୀ ଅଞ୍ଚଳରେ । ଉକ୍ତ ବୃଦ୍ଧାଙ୍କ ଘର ଢାଣୀ ଭଗତବାଲାରେ । ତାଙ୍କ ନାମ ହେଉଛି ବୁଦ୍ଦରାମ ଗୁର୍ଜର । ତାଙ୍କର ଦୁଇ ପୁଅ ବାଲୁରାମ ଓ ରଣଜିତଙ୍କ କହିବା ମୁତାବକ ତାଙ୍କ ବାପା ଦିନ ୧.୩୦ରେ ମୃତ୍ୟୁ କରିଥିଲେ । ତାପରେ ସେ ତାଙ୍କ ସମସ୍ତ ବନ୍ଧୁବାନ୍ଧବ ଓ ପରିଜନଙ୍କୁ ଖବର ଦେଇଥିଲେ । ସମସ୍ତେ ଏକତ୍ରିତ ହେବା ପରେ କ୍ରିୟାକ୍ରମ ପାଇ ଲାଗିପଡିଥିଲେ । ଇତି ମଧ୍ୟରେ ତାଙ୍କ ପୁଅ ମଧ୍ୟ ଲଣ୍ଡା ହୋଇପଡିଥିଲେ । ଘରର ଅନ୍ୟ ସଦସ୍ୟ ମାନେ ଶୌଚଲାଗି ନଦୀ ମଧ୍ୟ ବାହିରିଥିଲେ । ହଠାତ୍ କେହି ଜଣେ ଦେଖିଲେ ମୃତକ ହଲଚଲ ହେବାର ଦେଖିଥିଲେ । ପରେ ସମସ୍ତେ ଏକାଠୀ ଜାଣିବାକୁ ପାଇଲେ ଯେ ତାଙ୍କର ଧିରେ ଦିରେ ନିଶ୍ୱାସ ଯାଉଛି ଏବଂ କିଛି ସମୟ ପରେ ସେ ସାମନ୍ୟ ହୋଇ କଥାବାର୍ତ୍ତା ମଧ୍ୟ କରିଥିଲେ । ଏହି ଘଟଣା ପରେ ତାଙ୍କର ପରିବାର ସମେତ ପୂରା ଅଞ୍ଚଳବାସୀ ଖୁସି ହେବା ସହ ଭଗବାନ ଏପରି ଚମକ୍ରାର କରିଥିବା କହିଥିଲେ ।