You are here
Home > ଲାଟେଷ୍ଟ > ଉଠିଲା ସାଇନ୍-ଏ- ଡ଼ାଏ , ରେଭେନ୍ସା ହଷ୍ଟେଲକୁ ଫେରୁଛନ୍ତି ଛାତ୍ର ଛାତ୍ରୀ

ଉଠିଲା ସାଇନ୍-ଏ- ଡ଼ାଏ , ରେଭେନ୍ସା ହଷ୍ଟେଲକୁ ଫେରୁଛନ୍ତି ଛାତ୍ର ଛାତ୍ରୀ

କଟକ : ରେଭେନ୍ସାରୁ ଉଠିଲା ସାଇନ୍-ଏ- ଡ଼ାଏ। ବିଶ୍ୱବିଦ୍ୟାଳୟ ଲାଗୁ ହୋଇଥିବା ସାଇନ-ଏ-ଡାଏ ଆଜି କର୍ତ୍ତୃପକ୍ଷ ଉଠାଇ ନେଇଛନ୍ତି। ଏହା ସହ ଅପରାହ୍ନ ୫ଟାରେ ହଷ୍ଟେଲ ଗୁଡ଼ିକ ମଧ୍ୟ ଖୋଲି ଦିଆଯିବା ପରେ ଛାତ୍ରଛାତ୍ରୀମାନେ ନିଜ ରୁମକୁ ଫେରୁଛନ୍ତି। ଛାତ୍ରଛାତ୍ରୀମାନେ ସେମାନଙ୍କ ବିଶ୍ୱବିଦ୍ୟାଳୟ ପରିଚୟ ପତ୍ର ଦେଖାଇ କଲେଜ ଏବଂ ହଷ୍ଟେଲରେ ପ୍ରବେଶ କରୁଥିବାର ଦେଖାଯାଇଛି।

ବିଭିନ୍ନ ଦାବି ନେଇ ଛାତ୍ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ମଙ୍ଗଳବାର କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା । ଅଶାନ୍ତ ପରିବେଶକୁ ନଜରରେ ରଖି କୁଳପତି ସାଇନ୍ ଡ଼ାଏ ଘୋଷଣା କରିଥିଲେ। ଅପରପକ୍ଷରେ ଆଜି କଲେଜ ଖୋଲାଯିବା ପରେ ବାକି ରହିଥିବା ସେମିଷ୍ଟାର ପରୀକ୍ଷା ଗୁଡ଼ିକ ୧୭ ତାରିଖରୁ ଆରମ୍ଭ କରାଯିବ। ୨୦ ତାରିଖ ସୁଦ୍ଧା ପରୀକ୍ଷା ଶେଷ ହେବ। ପରୀକ୍ଷାର ପୂର୍ଣ୍ଣ ବିବରଣୀ କଲେଜ ୱେବସାଇଟରେ ପ୍ରକାଶ କରାଯିବ।  ପିଜି, ଏମଫିଲ ଓ ପିଏଚଡ଼ି ପ୍ରବେଶିକା ପରୀକ୍ଷାର ସୂଚୀରେ କୌଣସି ପରିବର୍ତ୍ତନ କରାଯାଇନଥିବା ସୂଚନା ଦିଆଯାଇଛି ।

 

Loading...
ONA

Leave a Reply

Top