ବିଶ୍ୱ ପ୍ରସିିଦ୍ଧ ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ରଥକାଠ ଅନୁକୂଳ ପୂଜା

ପୁରୀ: ବିଶ୍ୱ ପ୍ରସିିଦ୍ଧ ରଥଯାତ୍ରା ପାଇଁ ପୁରୀ ବଡ଼ଦାଣ୍ଡରେ ରଥକାଠ ଅନୁକୂଳ ପୂଜା ଅନୁଷ୍ଠିତ ହୋଇଯାଇଛି । ରଥ ଖଳାରେ ଏହି ପୂଜାର୍ଚ୍ଚନା କରାଯାଇଥିଲା । ରଥ ଖଳାକୁ ମାଜଣା କରାଯାଇ ରଥ କାଠକୁ ରଖାଯାଇଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ରାଜଗୁରୁ ଓ ପୁରୋହିତ ବିଧିମେତ ରଥ କାଠର ପୂଜାର୍ଚ୍ଚନା କରାଯାଇଥିଲା ।
ନୟାଗଡ଼ ବନଖଣ୍ଡରୁ ପ୍ରଥମେ େ ମାଟ ୫୭ ଖଣ୍ଡ କାଠ ଆସିଥିଲା । ଏହି ପୂଜାରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସପି ଡା. ସାର୍ଥକ ଷଡ଼ଙ୍ଗୀ, ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସକ ଓ ଜିଲ୍ଲା ପ୍ରଶାସକ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀ ପ୍ରବଳ ଭିଡ଼