ଫେରାର ଦୁଷ୍କର୍ମକାରୀକୁ ଗିରଫ କଲା ଖଣ୍ଡଗିରି ପୁଲିସ

ଖଣ୍ଡଗିରି: ପୁଣି ରାଜ୍ୟରେ ଲଜ୍ଜ୍ୟର କାଣ୍ଡ ଘଟିଲା ରାଜ୍ୟରେ | ଜଣେ ନାବାଳିକାକୁ ଅପହରଣ କରିବା ପରେ ଦୃର୍ବୁତ୍ତ ଜଣଙ୍କ ଦୁଷ୍କର୍ମ କରିବା କୁ ପଛାଇନଥିବାର ଅଭିଯୋଗ ହୋଇଥିଲା | ଶେଷରେ ଖଣ୍ଡଗିରି ଥାନା ପୁଲିସ ଆଜି ଦୃର୍ବୁତ୍ତ ଜଣଙ୍କୁ ଗିରଫ କରିଥିବାର ସୂଚନା ମିଳିଛି | ଅଭିଯୁକ୍ତ ଜଣଙ୍କ ହେଲା ଖୋର୍ଧା ବାଘମାରୀ ବାମଡିହ ଅଞ୍ଚଳର ୨୫ ବର୍ଷୀୟ ରଂଜନ କୁମାର ସାହୁ ଓରଫ ଜିତୁ | ଜାମିନ୍ ନାମଞ୍ଜୁର ହେବାରୁ ଜିତୁକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । ପୁଲିସ ନାବାଳିକାକୁ ଉଦ୍ଧାର କରିବା ସହ ମେଡିକାଲ ଯାଞ୍ଚ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ରଂଜନ ମାସକ ତଳେ ଖଣ୍ଡଗିରି ଥାନା କୃଷିବିହାର ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ନେଇଥିଲା । ଭଲପାଇବା ବାହାନା କରି ସେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା । ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା । ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିଲେ ବି ଉଦ୍ଧାର ପରେ ନାବାଳିକାଜଣଙ୍କ ଏହାକୁ ଅସ୍ବୀକାର କରିଥିବା ଜଣାପଡ଼ିଛି । ତେଣୁ ଅପହରଣ ଓ ଦୁଷ୍କର୍ମ ଭଳି ସଂଗିନ୍ ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣା ପଡିଛି ।

ଘରେ ବାପ ଝିଅ ଶୋଇଥିବାବବେଳେ ବାପକୁ ପଥରରେ ଛେଚି ହତ୍ୟା କଲେ ଦୃର୍ବୁତ୍ତ