ପବିତ୍ର ଗଙ୍ଗା ନଦୀ କୂଳରେ ୪୦ ବର୍ଷୀୟ ମହିଳାଙ୍କ ସହ ଗଣଦୁଷ୍କର୍ମ

ବିହାର : ବିହାରରେ ଏପରି ଏକ ଦୁଷ୍କର୍ମ ଘଟଣା ଘଟିଛି ଯାହା ସାରା ଦେଶକୁ ଲଜ୍ୟାରେ ମୁଣ୍ଡ ନୁଆଇବାକୁ ବାଧ୍ୟ କରିଛି । ଘଟଣାଟି ବିହାରର ବାଢ ଥାନା ଅନ୍ତର୍ଗତ କ୍ଷେତ୍ରରେ ଘଟିଛି । ରବିବାର ଦିନ ପୁଅର ଲମ୍ବା ଆୟୁଷ ଲାଗି ଗଙ୍ଗା ନଦୀରେ ଜଣେ ମହିଳା ବୁଡ ପକାଉଥିବା ବେଳେ ଦୁଇ ଜଣ ଦୁର୍ବୁତ୍ତ ମହିଳାଙ୍କ ସହ ଦୁଷ୍କମ କରିବା ସହିତ ଭିଡଓ କରି ଭାଇରାଲ କରିଥିବାର ଅଭିଯୋଗ ହୋଇଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଉକ୍ତ ଦୁଇ ଦୁର୍ବୁତ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ୱୟ ହେଉଛନ୍ତି କ୍ଷେତ୍ରର ଶିବ ପୂଜନ ମହତୋ ଓ ବିଶାଲ କୁମାର । ସୁଚନାରୁ ପ୍ରକାଶ, ଜଣେ ୪୦ ବର୍ଷିଆ ମହିଳା ଜିଉତିଆ ପର୍ବ(ପୁଅ ଆୟୁଷ ବୃଦ୍ଧି ଲାଗି କରାଯାଉଥିବା ବର୍ତ) ଲାଗି ରବିବାର ଦିନ ଗଙ୍ଗା ନଦୀକୁ ସ୍ନାନ କରିବାକୁ ଯାଇଥିଲେ । ସେତେବେଳେ ଘାଟରେ କେହି ନଥିଲେ, ଏହି ସମୟରେ ଦୁଇ ଜଣ ଯୁବକ ସେଠାରେ ପହଁଞ୍ଚିଥି ମହିଳାଙ୍କୁ ଧରି ଜଣେ ଦୁଷ୍କର୍ମ କରୁଥିବା ବେଳେ ଅନ୍ୟ ଜଣେ ମୋବାଇଲରେ ରେକଡିଂ କରୁଥିଲେ । ଏହାପରେ ସୋସିଆଲ ମିଡିଆରେ ଅପଲୋଡ କରିଦେଇଥିଲେ । ଭିଡିଓ ଭାଇରାଲ ହେବା ପରେ ଉକ୍ତ ଅଞ୍ଚଳର ଲୋକଙ୍କୁ ସମସ୍ତ ଘଟଣା ବିଷୟରେ ଜଣା ପଡିଥିଲା । ତେବେ ପରେ ସୂଚନା ମିଳିଥିଲା ଯେ ଅନ୍ୟ ଯୁବକ ଜଣଙ୍କ ମଧ୍ୟ ରେକଡିଂ କରିବା ପରେ ମଧ୍ୟ ଦୁଷ୍କର୍ମ କରିଥିଲା । ତେବେ ପୋଲିସ ଏହି ଦୁଇଙ୍କୁ ଗିରଫ କରିବା ସହ ତାଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ ଲଗାଇ ମାମଲା ରୁଜୁ କରିଥିବାର ସୂଚନା ମିଳିଛି ।