ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

0
1

ବାଲିଗୁଡା, କନ୍ଧମାଳ ଜିଲ୍ଲାରେ ପୁଣି ଏକ ନାବାଳିକା ଦୁଷ୍କର୍ମ ଘଟଣା ଘଟିଛି । ବାଲିଗିଡା ଜଙ୍ଗଲରୁ ନାବାଳିକାର କ୍ଷତାକ୍ତ ମୃତ ଶରୀର ମିଳିଛି । ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୁଚନାରୁ ପ୍ରକାଶ, ନାବାଳିକା ଜଣଙ୍କ ସକାଳୁ ସ୍କୁଲରୁ ଫେରି ଶୌଚ ହେବାକୁ ଯାଇଥିଲା । ଦୀର୍ଘ ସମୟ ଧରି ପେଂରିନଥିବାରୁ ଥାନାରେ ପରିବାର ଲୋକେ ଏତଲା ଦେଇଥିଲା । କୋଟାଗଡ ପୋଲିସ ଖବର ପାଇ ଖୋଳତାଡ କରିଥିଲା । ଅପରାହ୍ନରେ ନିକଟସ୍ଥ ଜଙ୍ଗଲରୁ ନାବାଳିକାର ମୃତଦେହ ପାଇଥିଲା । ମୃତ ଦେହ ମିଳିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ବର୍ତ୍ତମାନ ଯାଏଁ ଜଣା ପଡିନାହିଁ କିଏ ଏବଂ କାହିଁକି ଏପରି ଘଟଣା ଘଟାଇଛି ।

LEAVE A REPLY

Please enter your comment!
Please enter your name here