୧୩ ବର୍ଷ ନାବାଳିକାକୁ ୭ ମାସ ଧରି ଦୁଷ୍କର୍ମ:୩ ଜଣ ଗିରଫ ଜଣେ ଫେରାର

ଭିୱାଣ୍ଡି:ଭିୱାଣ୍ଡି ସହରର ଶାନ୍ତିନଗରରେ ଘଟିଛି ଅଭାବନିୟ ଘଟଣା । ଏକ ୧୩ ବର୍ଷ ନାଳିକାକୁ ଗତ ସାତ ମାସ ଧରି ଦୁଷ୍କର୍ମ କରୁଥିବା ଅଭିଯୋଗରେ ତିନି ଜଣ ଅସାମାଜିକ ଲୋକଙ୍କୁ ଗିରଫ କରିଛି ପୁଲିସ । ଚତୁର୍ଥ ଅଭିଯୁକ୍ତ ଜଣକ ଫେରାର୍ ଥିବା କୁହାଯାଇଛି । ପୁଲିସ୍ ସୁତ୍ରରୁ ସୂଚନା ମିଳିଛି ଯେ ନାବାଳିକାଟିକୁ ଗତ ବର୍ଷ ଜୁନରୁ ଡିସେମ୍ବର ଯାଏଁ ଲଗାତାର ଦୁଷ୍କର୍ମ କରାଯାଉଥିଲା । ୪ ଜଣ ଅଭିଯୁକ୍ତ ମଧ୍ୟରୁ ଜଣେ ମୁଖ୍ୟ ଅଭିଯୁକ୍ତ ଜଣକ ହେଲେ ମନୋହରି ଦୋକାନୀ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ନାବାଳିକା ଜଣକ ବେଳେବେଳେ ସେହି ଦୋକାନକୁ ଯାଇଥାଏ ଜିନିଷ ପତ୍ର ଆଣିବା ପାଇଁ । କିନ୍ତୁ ଗୋଟେ ଦିନ ଏମିତି କିଛି ସୁଯୋଗ ଦେଖି ଦୋକାନୀ ଜଣକ ତାକୁ ନିଜ ଘରକୁ ନେଇଯାଇଥିଲେ ଓ ସେଠି ତା ସହିତ ଦୁଷ୍କର୍ମ କରିଥିଲେ । ଏହା ପରେ ମଧ୍ୟ ତାର ମନଭରିନଥିଲା ଯେଉଥିପାଇଁ ସେ ତା ସହିତ ଆଉ ଅନ୍ୟ ତିନି ଜଣଙ୍କୁ ଏପରି ଦୁଷ୍କର୍ମ କରିବା ପାଇଁ ପ୍ରବର୍ତ୍ତାଇଥିଲେ । ଏପରି ଭାବରେ ଗତ ୭ ମାସ ଧରି ଏହି ୪ ଦୁଷ୍କର୍ମକାରୀ ନାବାଳିକାଟିକୁ ବିଭିନ୍ନ ସ୍ଥାନକୁ ନେଇ ତା ସହ ଦୁଷ୍କର୍ମ କରିଥିଲେ ଓ ସେଥିରେ ସେମାନେ ନାବାଳିକାଟିକୁ ଧମକଇଥିଲେ । ସେ ଯଦି ଏକଥା ପ୍ରଘଟ କରିବ ତେବେ ତାର ବାପାଙ୍କୁ ମାରିଦେବ ବୋଲି । ହେଲେ ପିଡିତାଙ୍କ ମା କିନ୍ତୁ ଝିଅର ମାନସିକ ସ୍ଥିତି ଦେଖି ଜାଣିପାରିଲେ ଯେ ସେ ଦୁଷ୍କର୍ମର ଶିକାର ହୋଇଛି । ଏହାପରେ ପୀଡିତାଙ୍କ ମା ଯାଇ ଶାନ୍ତିନଗର ଥାନାରେ ଏତଲା ଦେଇଥିଲେ । ଏହାପରେ ପୁଲିସ ତନାଘନା କରି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ସେମାନଙ୍କ ବିରୋଧରେ ଆଇପିସି ଧାରା ୩୭୬,୩୫.ଓ୩୪ ତଥା ପୋସ୍କୋ ଆଇନ୍ ଅନୁଯାୟୀ ମାମଲା ରୁଜୁ କରାଯାଇ । ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏବେ ଯାଏ ଚତୁର୍ଥ ଅଭିଯୁକ୍ତ ଫେରାର ଅଛି ତାକୁ ଧରିବା ପାଇଁ ପ୍ରୟାସ ଚାଲିଛି ।