ଭାଇରାଲ ହେଲା ହଳଦୀ ରସମର ଫଟୋ, ଦେଖନ୍ତୁ ଏହି ଭିଡିଓରେ….

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ : ବଲିଉଡର ରାମଲୀଳା ଅର୍ଥାତ ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ନଭେମ୍ବର ୧୫ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବର୍ତ୍ତମାନ ବିବାହ ପୂର୍ବରୁ ସମସ୍ତ ରିତି ନିତି ଆରମ୍ଭ ହୋଇଯାଇଛି । ନିକଟରେ ସୋସିଆଲ ମିଡିଆରେ ରଣବୀର ସିଂଙ୍କ ହଳଦୀ ସେରେମୋନିର ଫଟୋ ସାମ୍ନାକୁ ଆସିଛି । ଫଟୋରେ ରଣବୀର ଗାଲରେ ହଳଦୀ ଲଗାଇଥିବାର ଦେଖିବାକୁ ମିଳିଛି । ଫଟୋରେ ରଣବୀର ନିଜ ପରିଜନଙ୍କ ସହିତ ବହୁତ ଖୁସି ଥିବା ନଜର ଆସିଥିଲେ । ଏଥିସହ ରଣବୀରଙ୍କ ଗାଲରେ ହଳଦୀ ଏବଂ ମଥାରେ ତିଳକ ମଧ୍ୟ ନଜର ଆସିଛି ଏବଂ ଘରକୁ ଫୁଲରେ ସଜା ହୋଇଛି । ନିକଟରେ ଦୀପିକାଙ୍କ ଘରେ ମଧ୍ୟ ବିବାହ ପୂର୍ବର ପୂଜା ଅନୁଷ୍ଠିତ ହୋଇଥିଲା । ପୂଜାରେ ଦୀପିକା ନାରଙ୍ଗୀ ଆଉଟଫିଟରେ ନଜର ଆସିଥିଲେ । ତେବେ ସୁଚନାମୁତାବକ ଦୁହେଁ ଇଟାଲୀରେ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here