ବାହା ହେବେ ରାକ୍ଷୀ, ଇନଷ୍ଟାଗ୍ରାମରେ ସେୟାର କଲେ ନିଜ…

https://www.facebook.com/nnsodia/videos/267154983995629/?t=5

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ନେଇ ପୁଣି ଚର୍ଚ୍ଚା ସୃଷ୍ଟି ହୋଇଛି | ଶୁଣିବାକୁ ମିଳୁଛି ସେ ପୁଣି ଥରେ ବିବାହ କରୁଛନ୍ତି | ଆସନ୍ତା ଡିସେମ୍ବର ୩୧ରେ ବାହା ହେବେ ବୋଲି ସେ ନିଜେ ଘୋଷଣା କରିଛନ୍ତି । ସେ ଦୀପକ କଲାଲ ନାମକ ଜଣେ ବ୍ୟକ୍ତିଙ୍କୁ ବାହା କରିବାକୁ ଯାଉଛନ୍ତି । ପ୍ରଥମେ ରାକ୍ଷୀ ନିଜର ବାହାଘର କଥା ଇନଷ୍ଟାଗ୍ରାମରେ ଉଲ୍ଲେଖ କରିଥିଲେ । ଏହାପରେ ତାଙ୍କୁ ଯୋଗାଯୋଗ କରାଯିବାରୁ ସେ ଏହା ସତ ବୋଲି କହିଛନ୍ତି । ରାକ୍ଷୀ ବିବାହ କରୁଥିବା ଦୀପକ ଜଣେ ସୋଶାଲ୍‌ ମିଡିଆ ବ୍ୟକ୍ତିବିଶେଷ । ତାଙ୍କ ବିଷୟରେ ଅଧିକ କିଛି ତଥ୍ୟ ମିଳିପାରି ନାହିଁ । ତେବେ ସେ ଇଣ୍ଡିଆ ଗଟ୍‌ ଟ୍ୟାଲେଣ୍ଟ୍‌ରେ ଭାଗ ନେଇଥିଲେ । ରାକ୍ଷୀ କହିଛନ୍ତି, ଏବେ ବଲିଉଡ୍‌ରେ ସମସ୍ତେ ବାହା ହେଉଛନ୍ତି । ତେଣୁ ମୁଁ ମଧ୍ୟ ବାହାଘର ପାଇଁ ଏହା ଉପଯୁକ୍ତ ସମୟ ବୋଲି ଭାବିଛି । ମୋ ବାହାଘର ଲସ୍‌ ଆଞ୍ଜେଲ୍ସରେ ହେବ । ଏହି ବାହାଘର କାର୍ଯ୍ୟକ୍ରମରେ ବଲିଉଡ୍‌ର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌ ଓ କରନ ଜୋହରଙ୍କ ଭଳି ବ୍ୟକ୍ତି ବିଶେଷ ଯୋଗଦେବେ । ବାହାଘର ପରେ ଭାରତର ମଧ୍ୟ କିଛି କାର୍ଯ୍ୟକ୍ରମର ଆୟୋଜନ ହେବ ବୋଲି ସୂଚନା ମିଳିଛି । ମୁଁ ବଲିଉଡରେ ସମସ୍ତଙ୍କୁ ନିମନ୍ତ୍ରଣ କରିବି । କିନ୍ତୁ ମୁଁ ଜାଣିନି କେଉଁମାନେ ସବୁ ମୋ ବାହାଘରରେ ଯୋଗଦେବେ । କିନ୍ତୁ ଶାହରୁଖ ଏବଂ କରନନ ଯୋଗେଦେବେ ବୋଲି ମୁଁ ଭଲ ଭାବେ ଜାଣିଛି । ଏମାନଙ୍କ ବ୍ୟତୀତ ଖଲି ମଧ୍ୟ ଲସ୍‌ ଆଞ୍ଜେଲ୍ସ ଯିବେ । ବାହାଘର ପାଇଁ ରାକ୍ଷୀ ମଧ୍ୟ କାର୍ଡ ଛାପି ସାରିଛନ୍ତି ବୋଲି ସେ କହିଛନ୍ତି । କିନ୍ତୁ ଏହି କାର୍ଡରେ କେତେ ସତ୍ୟତା ରହିଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ରାକ୍ଷୀଙ୍କର ଏପରି ଘଟଣା କେତେ ସତ ତାହାକୁ ପ୍ରଶ୍ନ ଉଠୁଛି |

 

ମତାମତ ଦିଅନ୍ତୁ

Please enter your comment!
Please enter your name here