ପୁଣି ବଲିଉଡର ଆଉ ଏକ ଅଭିନେତାଙ୍କୁ ହେଲା କର୍କଟ ରୋଗ, ଦେଖନ୍ତୁ କିଏ ସେ…

https://www.facebook.com/nnsodia/videos/267154983995629/?t=5

ମୁମ୍ବାଇ: ବଲିଉଡରେ ପୁଣି ଜଣେ ଅଭିନେତାଙ୍କୁ କର୍କଟ ରୋଗ ହୋଇଥିବା ସୂଚନା ମିଳିଛି | ତେବେ ସେ ହେଉଛନ୍ତି ହ୍ରିତିକ୍‌ ରୋଶନଙ୍କ ବାପା ରାକେଶ ରୋଶନ | ତାଙ୍କର ଗଳା କର୍କଟ ହୋଇଥିବା ହ୍ରିତିକ୍‌ ନିଜ ଇନ୍‌ଷ୍ଟାଗ୍ରାମରେଏକ ଫୋଟ ଦେଇ ପ୍ରକାଶ କରିଛନ୍ତି । ସେ କର୍କଟର ପ୍ରାଥମିକ ସ୍ତରରେ ଅଛନ୍ତି । ଅଭିନେତା ତଥା ନିର୍ଦ୍ଦେଶକ ରାକେଶ ରୋଶନ କତ କିଛି ସପ୍ତାହ ହେବ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି । ଅଭିନେତା ହ୍ରିତିକ୍‌ ବାପାଙ୍କ ସହ ଜିମ୍‌ର ଏକ ଫଟୋ ଦେଇ ଲେଖିଛନ୍ତି କି ‘ ବାପା ଏହି ରୋଗରେ ଆକ୍ରାନ୍ତ ହୋଇଥିବାରୁ ସେ ଆଉ ଜିମ ଆସିବେ ନାହିଁ ବୋଲି ଜଣାପଡିଛି | ସପ୍ତାହ ହେଲା ସେ ଗଳା କର୍କଟର ପ୍ରାଥମିକ ସ୍ତର ଦେଇ ଗତି କରୁଛନ୍ତି । ମାତ୍ର ଏବେ ବି ଯୁଦ୍ଧ ଜିଣିବା ପାଇଁ ପୂରା ଶକ୍ତିର ସହ ଅଛନ୍ତି । ଆମେ ସୌଭାଗ୍ୟବାନ ଯେ ତାଙ୍କ ପରି ଜଣେ ନେତାଙ୍କୁ ଆମେ ପରିବାରରେ ପାଇଛୁ । ଉଲ୍ଲେଖଯୋଗ୍ୟ, ରାକେଶ ରୋଶନ ଜଣେ ଅଭିନେତା ସହ ନିର୍ଦ୍ଦେଶକ, ପ୍ରଯୋଜକ, କାହାଣୀକାର ଓ ଚିତ୍ରନାଟ୍ୟ ଲେଖକ ମଧ୍ୟ । ତାଙ୍କ ନିର୍ଦ୍ଦେଶିତ ପ୍ରସିଦ୍ଧ ଚଳଚ୍ଚିତ୍ର ଗୁଡ଼ିକ ଭିତରେ ରହିଛି ଖୁଦ୍‌ ଗର୍ଜ, କାଲା ବାଜାର, କିସନ କହ୍ନେଇୟା, ଖେଲ୍‌, କିଙ୍ଗ୍‌ ଅଙ୍କଲ୍‌, କୋଏଲା, କରଣ ଅର୍ଜୁନ, କହୋନା ପ୍ୟାର୍‌ ହେ, କୋଇ ମିଲ ଗୟା, କ୍ରିସ ଏବଂ କ୍ରିସ୍‌-୩, ଖୁନ୍‌ ଭରି ମାଙ୍ଗ ଇତ୍ୟାଦି । କୁହାଯାଏ ଯେ ସେ ନିର୍ଦ୍ଦେଶନା ଦେଇଥିବା ଗୋଟାଏ ବି ଚଳଚ୍ଚିତ୍ର ଏଯାବତ୍‌ ଫ୍ଲପ୍‌ ହୋଇ ନାହିଁ । ପ୍ରଯୋଜକ ଭାବେ ଏହି ଉପରୋକ୍ତ ସିନେମାଗୁଡ଼ିକ ବ୍ୟତୀତ ତାଙ୍କର ଶେଷ ସିନେମା ହେଉଛି କାବିଲ୍‌। ଆଗକୁ ତାଙ୍କର କ୍ରିସ୍‌-୪ ଚଳଚ୍ଚିତ୍ର ଆସିବାର ସୂଚନା ରହିଛି। ବିଶେଷ କଥା ହେଉଛି ରାଶେକ ରୋଶନଙ୍କ ପ୍ରତ୍ୟେକ ଚଳଚ୍ଚିତ୍ରର ନାମ ଇଂରାଜି ଅକ୍ଷର ‘କେ’ରୁ ଆରମ୍ଭ ହୋଇଥାଏ । ଯାହାକି ତାଙ୍କ ପାଇଁ ଖୁବ ଭଲ ହୋଇଥାଏ ବୋଲି ଦେଖିବାକୁ ମିଳେ |

 

ମତାମତ ଦିଅନ୍ତୁ

Please enter your comment!
Please enter your name here