ଆସିବେ ରାହୁଲ : ଦମ ଦେଖାଉଛି କଂଗ୍ରେସ

1

ଭୁବନେଶ୍ବର : ଟ୍ରାକୁ ଫେରୁଛି କଂଗ୍ରେସ । କଂଗ୍ରେସ ନେତାଏ ଏବେ ଗାଁ ମୁହାଁ ହୋଇଛନ୍ତି । କର୍ମୀଙ୍କ ମନରେ ଯୋଶ ଭରିବାକୁ ଆୟୋଜନ ହେଉଛି କଂଗ୍ରେସ ସମାବେଶ । ଆଜି ଗଡପତିର ଗୁମ୍ମାରେ କଂଗ୍ରେସ ଆୟୋଜନ କରିଥିଲା ସମାବେଶ । ସମାବେଶରେ  ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ନେତାଏ । ସେପଟେ ଆସନ୍ତା କାଲି କଂଗ୍ରେସ ଆୟୋଜନ କରିଛି ମିଶ୍ରଣ ପର୍ବ । ଏଥିରେ ଦଳର କିଛି ନେତାଙ୍କ ଘର ବାହୁଡା ହେବ । ଆଉ କଂଗ୍ରେସ କର୍ମୀଙ୍କୁ ମନ୍ତ୍ର ଦେବାକୁ ଓଡିଶା ଆସିବେ ରାହୁଲ ଗାନ୍ଧି ବୋଲି ସୂଚନା ମିଳିଛି ।

ରାହୁଲଙ୍କ ଓଡିଶା ଗସ୍ତ ପୂର୍ବରୁ କଂଗ୍ରେସର କ୍ଷେତ୍ର ପ୍ରସ୍ତୁତ । ଗାଁ ମୁହାଁ ହୋଇଛନ୍ତି କଂଗ୍ରେସ ନେତାଏ । ସମାବେଶ ଜରିଆରେ କର୍ମୀଙ୍କ ମନରେ ବଳ ଭରୁଛନ୍ତି । ସଂଗଠନ ସଜାଡିବା ଲାଗି ନୂଆ ପିସିସି ସଭାପତି ଓ ବିରୋଧୀଦଳ ନେତା ଏକ ହୋଇ କର୍ମୀଙ୍କୁ ଏକଜୁଟ ହେବାକୁ ଆହ୍ହାନ ଦେଇଛନ୍ତି । ଗଜପତିର ଗୁମ୍ମାରେ ଏ ହେଉଛି  କଂଗ୍ରେସ ସମାବେଶ । ସମାବେଶରେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସଂହ,ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀଦଳ ନେତା ନରସିଂହ ମିଶ୍ର ଓ ସ୍ଥାନୀୟ ବିଧାୟକ କେ ସୁରିଆ ରାଓ ପ୍ରମ୍ମୁଖ ଏକାଠି ହୋଇ  କଂଗ୍ରେସ କର୍ମୀଙ୍କୁ ତୃଣମୂଳ ସ୍ତରରୁ ଏକଜୁଟ ହେବାକୁ ଆହ୍ବାନ ଦେଇଛନ୍ତି । ଆଉ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ  ଟାର୍ଗେଟ କରିଛି କଂଗ୍ରେସ ।

ଏଆଇସିସି ଦାୟୀତ୍ବ ନେବା ପରେ ଓଡିଶା ଆସିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଏଆଇସିସି ଅଧ୍ୟକ୍ଷ ରାହୁଲଗାନ୍ଧି । ଖୁବ ଶିଘ୍ର ରାଜ୍ୟରେ  କଂଗ୍ରେସ କର୍ମୀଙ୍କୁ ଆହ୍ବାନ ଦେବାକୁ ଓଡିଶା ଆସିବେ ରାହୁଲ । ରାହୁଲଙ୍କ କର୍ମୀଙ୍କୁ ମନ୍ତ୍ର ଦେବା ଆଗରୁ କଂଗ୍ରେସ କାଲି ଆୟୋଜନ କରିଛି ଘର ବାହୁଡା ପର୍ବ । ବିଭିନ୍ନ କାରଣରୁ ଦଳ ଛାଡିଥିବା କଂଗ୍ରେସ ନେତାଙ୍କୁ ଦଳକୁ ଫେରାଇ ଆଣିବାକୁ କଂଗ୍ରେସ ଭବନରେ ଆୟୋଜନ ହେୁଛି ମିଶ୍ରଣ ପର୍ବ । ଏଥିରେ ଦଳ ଛାଡିଥିବା କିଛି ନେତା ପୁଣି କଂଗ୍ରେସକୁ ଫେରିବେ । ଏହି ତାଲିକାରେ ବାଲେଶ୍ବର କାର୍ତିକେଶ୍ବର ପାତ୍ରଙ୍କ ନାଁ ରହିଛି ।

ରାଜ୍ୟରେ ପିସିସି ସଭାପତି ବଧଳିବା ପରେ ଦଳୀୟ କନ୍ଧଳ କିଛିଟା କମିଛି । ଏବେ ନୂଆ ଟିମ କଂଗ୍ରେସକୁ ଟ୍ରାକକୁ ଫେରାଇବାକୁ ଚଳାଇଛନ୍ତି ଅଭିଯାନ । ଆଉ ନିର୍ବାଚନ ପାଖେଇ ଆସୁଥିବାରୁ କଂଗ୍ରେସ ଫୋକସ କରିଛି ଗାଁକୁ । ଆଉ କର୍ମୀଙ୍କୁ ମନ୍ତ୍ର ଦେବାକୁ ଓଡିଶା ଆସିବେ ରାହୁଲ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here