ମୋଦି ଜଣେ ମାଷ୍ଟର କମୁନିକେଟର୍ : ରାହୁଲ ଗାନ୍ଧି

1

ନୂଆଦିଲ୍ଲୀ :କଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରର ୪ ବର୍ଷର ସଫଳତା ବଖାଣିଛନ୍ତି । ତେବେ ତା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ମୋଦି ସରକାରକୁ ଦେଇଛନ୍ତି ରିପୋର୍ଟ କାର୍ଡ । କୃଷି, ବିଦେଶ ନୀତି, ତୈଳଦର ବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟିରେ ମୋଦି ସରକାରରକୁ ଏଫ୍ ଗ୍ରେଡ୍ ବା ଫେଲ୍ ଗ୍ରେଡ୍ ଦେଇଛନ୍ତି ରାହୁଲ । ଭାଷଣ ଏବଂ ଆତ୍ମପ୍ରଚାର ବା ସେଲ୍ଫ ପ୍ରମୋସନରେ ଏ ପ୍ଲସ୍ ଦେଇଥିବା ବେଳେ ଯୋଗ ଦେଇଛନ୍ତି ବି ନେଗେଟିଭ୍ ଗ୍ରେଡ୍ । ମୋଦି ଜଣେ ମାଷ୍ଟର କମୁନିକେଟର୍ କିନ୍ତୁ ସେ ଦେଶ ପାଇଁ ଅନେକ ଜଟିଳ ସମସ୍ୟା ସୃଷ୍ଟି କରିଥିବା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

LEAVE A REPLY

Please enter your comment!
Please enter your name here