You are here
Home > ପଲିଟିକ୍ସ > ୩ ଜଣ ବରିଷ୍ଠ କଂଗ୍ରେସ ନେତାଙ୍କୁ ରାହୁଲଙ୍କ ଡ଼ାକରା

୩ ଜଣ ବରିଷ୍ଠ କଂଗ୍ରେସ ନେତାଙ୍କୁ ରାହୁଲଙ୍କ ଡ଼ାକରା

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ଲାଗି ନୂଆ ପ୍ରଭାରୀ ନିଯୁକ୍ତ ହେବାପରେ ଏବେ ଦଳର ନବକଳେବର କାର୍ଯ୍ୟ ପ୍ରସ୍ତୁତି ପ୍ରାୟ ଆରମ୍ଭ ହୋଇଯାଇଛି । ରାହୁଲ ଗାନ୍ଧି ଓଡ଼ିଶାର ୩ ଜଣ ବରିଷ୍ଠ କଂଗ୍ରେସ ନେତାଙ୍କୁ ନୂଆଦିଲ୍ଲୀ ଡ଼କାଇଛନ୍ତି । ଏହି ୩ ଜଣ ବରିଷ୍ଠ କଂଗ୍ରେସ ନେତା ହେଲେ ପ୍ରଦୀପ ମାଝୀ, ନବ ଦାସ ଏବଂ ଚିରଞ୍ଜିବୀ ବିଶ୍ୱାଳ ।

୧୯ ତାରିଖ ଦିନ ଏହି ୩ ଜଣ ବରିଷ୍ଠ ନେତା ରାହୁଲଙ୍କ ସହ ଏକ ବୈଠକରେ ବସିବେ ବୋଲି ସୂଚନା ମିଳିଛି । କିନ୍ତୁ ଏହି ୩ଜଣ ନେତା ସେମାନଙ୍କୁ ଦିଲ୍ଲୀ ଡ଼ାକରା ଆସିବା ନେଇ ଖଣ୍ଡନ କରିଛନ୍ତି । କିନ୍ତୁ ଅନ୍ୟ ଦଳୀୟ କାର୍ଯ୍ୟରେ ଦିଲ୍ଲୀ ଯିବାକଥା ସ୍ୱୀକାର କରିଛନ୍ତି ।

ତେବେ ଯାହାବି ହେଉ ଓଡ଼ିଶାରେ କଂଗ୍ରେସର ଦୟନୀୟ ପରିସ୍ଥିତିକୁ ସୁଧାରିବାକୁ ଜାତୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ବେଶ୍ ଚିନ୍ତାମଗ୍ନ । ଯେନତେନ ପ୍ରକାରେ ଓଡ଼ିଶାର ଏହି ଦଳୀୟ ସମସ୍ୟାକୁ ସମାଧାନ କରି ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ପ୍ରଦେଶ କଂଗ୍ରେସକୁ ପ୍ରସ୍ତୁତ କରିବାକୁ ପ୍ରଚେଷ୍ଟା କରିଛନ୍ତି । ତେବେ ୩ ଜଣ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡ଼ାକରା ଆସିବା ପରେ ରାଜ୍ୟ କଂଗ୍ରେସ ଏବେ ଅପେକ୍ଷାକୃତ ଚଳଚଞ୍ଚଳ ହୋଇପଡ଼ିଛି ।

Loading...
ONA

Leave a Reply

Top