“ମି ଠୁ” ଅଭିଯାନକୁ ନେଇ ମୁହଁ ଖୋଲିଲେ ରାହୁଲ ଗାନ୍ଧୀ, କହିଲେ ପରିବର୍ତ୍ତନର ବାଟ ଖୋଲିଲା

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ : ଗଲା କିଛିଦିନ ହେବ ବଲିଉଡରେ ସବୁଠାରୁ ଅଧିକା ଚର୍ଚ୍ଚା “ମି ଠୁ” ଅଭିଯାନର ଚାଲିଛି । ଏହି ଅଭିଯାନ ମାଧ୍ୟମରେ ଅନେକ ମହିଳା ଅଭିଯୋଗ କରୁଥିବାର ଦେଖିବାକୁ ମିଳୁଛି । ତେବେ ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ସିଏ କହିଛନ୍ତି ଯେ ମହିଳାମାନଙ୍କ ସହ ସମ୍ମାନ ରୂପକ ବ୍ୟବହାର କରିବା ଆବଶ୍ୟକ । କହିରଖୁଛି ଯେ, “ମି ଠୁ” ମାଧ୍ୟମରେ କେବଳ ବଲିଉଡ ଇଣ୍ଡଷ୍ଟ୍ରୀ ନୁହେଁ ବରଂ ରାଜନୀତି ଏବଂ ମିଡିଆ ଦ୍ୱାରା ଜଡିତ ଲୋକମାନଙ୍କ ନାଁ ମଧ୍ୟ ଆସିଗଲାଣି । ପୂବତନ ସାମ୍ବାଦିକ ତଥା କେନ୍ଦ୍ରମନ୍ତ୍ରୀ ଏମଜେ ଆକବରଙ୍କ ଉପରେ ଅନେକ ମହିଳା ସମ୍ବାଦିକ ଅଭିଯୋଗ ଆଣିଥିଲେ । ଏହି ଘଟଣା ପରେ ଆକବରଙ୍କ ଉପରେ କଂଗ୍ରେସନେତାମାନେ ଅଭିଯୋଗ କରିବା ସହ ତାଙ୍କୁ ତାଙ୍କ ପଦରୁ ଓହରିବା ଲାଗି ଦାବୀ କରିଛନ୍ତି । ଏଥିସହ ରାହିଲ ଗାନ୍ଧୀ ମଧ୍ୟ “ମି ଠୁ” ଅଭିଯାନକୁ ସର୍ମଥନ କରିଛନ୍ତି । ଟ୍ୱିଟ କରି କହିଛନ୍ତି ,ଏବେ ସମୟ ଆସିଗଲାଣି ମହିଳାମାନଙ୍କୁ ସମ୍ମାନ ଦେବା । ମୋତେ ଖୁସୀ ଲୀଗୁଛି ଯେ ଏମିତି କରୁଥିବା ଲୋକ ସର୍ବସମ୍ମୁଖରେ ଲଜ୍ୟା ସାଉଣ୍ଟିବେ । ପରିବର୍ତ୍ତନ ଲାଗି ସତ୍ୟ ଓ ଦୃଢ ପଦକ୍ଷେପ ନିହାତି ଆବଶ୍ୟକ । “ମି ଠୁ” ଅଭିଯାନ ମାଧ୍ୟମରେ ମହିଳାଙ୍କ ପ୍ରତି ସମ୍ମାନ ବଢିବା ସହ ଏପରି ଲଜ୍ୟାଜନକ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଘୃଣା ବାବ ସୃଷ୍ଟି ହେଉଛି । ତେବେ ଅନେକ ବଡ ହସ୍ତୀଙ୍କ ଉପରେ ଏହି ଯୌନଶୋଷଣର ଅଭିଯୋଗ ଲାଗିସାରିଲାଣି ଏବଂ ଆଉ କେତେକଙ୍କ ଉପରେ କେସ ମଧ୍ୟ ଲାଗିଥିବାର ଦେଖିବାକୁ ମିଳୁଛି ।
ତୁନଶ୍ରୀ ଦତ୍ତ ଏବଂ ନାନା ପାଟେକରଙ୍କ ଉପରରେ ଯୌନ ଶୋଷଣ ଅଭିଯୋଗ କରିବା ପରଠାରୁ “ମି ଠୁ”ଅଭିଯାନ ବର୍ତ୍ତମାନ ଜୋର ସୋରରେ ବିସ୍ତାରିତ ହେବାରେ ଲାଗିଛି । ନାନା ପାଟେକର, ବିବେକ ଅଗ୍ନିହୋତ୍ରୀ, ବିକାଶବହଲ, ପିୟୁଷ ମିଶ୍ରୀ, ଲୋକ ନାଥ, ରଜତ କପୁର ଏବଂ ବରୁଣ ଗ୍ରୋବରଙ୍କ ପରି ଅନେକ ଙ୍କ ନାଁ ରେ ଏଥିରେ ସାମିଲ ଅଛି । ଏହି ଅଭିଯାନ ମାଧ୍ୟମରେ ନାନା ପାଟେକରଙ୍କ ସମେତ ଅନ୍ୟ ୪ ଜଣଙ୍କ ନାଁରେ ଏଫଆଇଆର ଦିଆଯାଇଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here