You are here
Home > ବଡ଼ଖବର > କଡ଼ା କଟକଣା ସତ୍ୱେ କେନ୍ଦୁଝର ଇଂଜିନିୟରିଂ କଲେଜରେ ର୍ୟାଗିଂ

କଡ଼ା କଟକଣା ସତ୍ୱେ କେନ୍ଦୁଝର ଇଂଜିନିୟରିଂ କଲେଜରେ ର୍ୟାଗିଂ

ଭୁବନେଶ୍ୱର: ର୍ୟାଗିଂକୁ ନେଇ କଡ଼ା କଟକଣା ଓ ନିର୍ଦ୍ଦେଶନାମା ଜାରି କରାଯିବା ସତ୍ତେ୍ୱ ଏହା ବଳବତ୍ତର ରହିଥିବା ଦେଖାଯାଇଛି । ଏଭଳି ଏକ ଘଟଣା ଆଜି କେନ୍ଦୁଝର ଡିଗ୍ରୀ ଇଂଜିନିୟରିଂ କଲେଜରେ ଘଟିଥିବା ଅଭିଯୋଗ ଆସିଛି । ଚତୁର୍ଥ ବର୍ଷର ଛାତ୍ରୀମାନେ ତୃତୀୟ ବର୍ଷର ଛାତ୍ରୀଙ୍କୁ ର୍ୟାଗିଂ କରିଥିବା ଏହି ଅଭିଯୋଗରେ ଦର୍ଶାଯାଇଛି । ଅଭିଯୋଗକୁ କଲେଜ ଅଧ୍ୟକ୍ଷ ମଧ୍ୟ ସ୍ୱୀକାର କରିଛନ୍ତି । ର୍ୟାଗିଂ ଯୋଗୁ ଜଣେ ଛାତ୍ରୀ ଅସୁସ୍ଥ ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
କେନ୍ଦୁଝର ଡିଗ୍ରୀ ଇଂଜିନିୟରିଂ କଲେଜ ହଷ୍ଟେଲରେ ଲାଇନ କାଟିବାକୁ ନେଇ ଚତୁର୍ଥ ବର୍ଷର ଛାତ୍ରୀ ତୃତୀୟ ବର୍ଷର କିଛି ଛାତ୍ରୀଙ୍କୁ ଗାଳିଗୁଲଜ କରିଥିଲେ । ଏପରି କି ଗାଳି ଦେବା ସହିତ ରାତ୍ରୀରେ ସେମାନଙ୍କୁ ଖାଇବାକୁ ଦେଇ ନ ଥିଲେ । ଦୀର୍ଘ ସମୟ ଧରି ଖାଇବାକୁ ନ ମିଳିବା ଫଳରେ ଜଣେ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଲେ । ତାଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ର୍ୟାଗିଂ ନେଇ ଛାତ୍ରୀମାନେ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି । କଲେଜ ଅଧ୍ୟକ୍ଷ ଏହି ର୍ୟାଗିଂ ହୋଇଥିବା ନେଇ ମଧ୍ୟ ସ୍ୱୀକାର କରିଛନ୍ତି ।
ନିକଟରେ ର୍ୟାଗିଂ ସମ୍ପର୍କରେ ବହୁ ଚର୍ଚ୍ଚା ହୋଇଥିଲା । ସର୍ବ ଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ର୍ୟାଗିଂରେ ୫ମ ସ୍ଥାନରେ ଥିଲା । ମୁଖ୍ୟତଃ ଇଂଜିନିୟରିଂ କଲେଜରେ ଏହି ର୍ୟାଗିଂ ହେଉଥିôବା ଜଣାପଡ଼ିଥିଲା । ଏଥିନେଇ ଉଦ୍ବେଗ ପ୍ରକାଶ ପାଇଥିଲା । ଉଚ୍ଚଶିକ୍ଷାମନ୍ତ୍ରୀ ଅନନ୍ତ ଦାସ ଏ ସମ୍ପର୍କରେ ସବୁ କଲେଜକୁ କଡ଼ା ନିର୍ଦ୍ଦେଶ ଦେବାକୁ ବିଭାଗୀୟ ସଚିବଙ୍କୁ କହିଥିଲେ । ର୍ୟାଗିଂକୁ କଡ଼ାକଡ଼ି ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା । ଏପରି କି କଲେଜରେ କେହି କାହାକୁ ଆଖି ମାରିଲେ ବି ତାକୁ ର୍ୟାଗିଂ ଭାବେ ଗ୍ରହଣ କରାଯିବ । ନିକଟରେ ଏଭଳି ଏକ ସର୍କୁଲାର ସବୁ କଲେଜକୁ ସରକାରଙ୍କ ପକ୍ଷରୁ ପାଠାଯାଇଛି । ର୍ୟାଗିଂ କଲେ ଫୌଜଦାରୀ ମାମଲା ରୁଜୁ ହେବ । ପ୍ରମାଳ ମିଳିଲେ ଏଥିରେ ସମ୍ପୃକ୍ତ ପିଲାଙ୍କୁ କଲେଜରୁ ବିଦା କରାଯିବ । ଆବଶ୍ୟକ ପଡ଼ିଲେ ତାର ପରୀକ୍ଷା ଫଳକୁ ସ୍ଥାଗିତ ରଖାଯିବ । ଏଭଳି କଠୋର ବ୍ୟବସ୍ଥା ସତ୍ତେ୍ୱ କେନ୍ଦୁଝର ଡିଗ୍ରୀ ଇଂଜିନିୟରିଂ କଲେଜ ର୍ୟାଙ୍ଗିଂ ହୋଇଥିବା ଖବର ଆସିଛି ।

Loading...
ONA

Leave a Reply

Top