You are here
Home > ବଡ଼ଖବର > ନିରଞ୍ଜନଙ୍କ ଟିମକୁ ନେଇ ଉଠିଲା ପ୍ରଶ୍ନ, ପ୍ରସାଦଙ୍କୁ କହୁଥିଲେ ଏବେ ନିଜେ କଲେ କିପରି

ନିରଞ୍ଜନଙ୍କ ଟିମକୁ ନେଇ ଉଠିଲା ପ୍ରଶ୍ନ, ପ୍ରସାଦଙ୍କୁ କହୁଥିଲେ ଏବେ ନିଜେ କଲେ କିପରି

ଭୁନନେଶ୍ୱର: ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ବୁଧବାର ତାଙ୍କ ଟିମ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ କିଛି ନେତା ବାଦ ପଡ଼ିଯାଇଛନ୍ତି । ତାକୁ ନେଇ ଅସନ୍ତୋଷ ଦେଖାଦେଇଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିଲା ବେଳେ ତାଙ୍କ ଟିମ୍ ବଡ଼ ହୋଇଥିବାରୁ ସେତେବେଳେ ତାକୁ ନିରଞ୍ଜନ କଡ଼ା ସମାଲୋଚନା କରିଥିଲେ । ଏହାକୁ ବେଶି ଲୋକରେ ମୂଷା ମରେନି ବୋଲି କହି ପ୍ରସାଦ ଓ ତାଙ୍କ ଟିମ୍କୁ ଆକ୍ଷେପ କରିଥିଲେ । ଏବେ ନିରଞ୍ଜନଙ୍କ ଟିମ୍ ପ୍ରସାଦଙ୍କ ଟିମ୍ଠାରୁ କାହିଁ କେତେ ଅଧିକ ହୋଇଛି । ଫଳରେ ସେ ନିଜେ ଏବେ ସେହି ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି । ନିରଞ୍ଜନଙ୍କ ଟିମ୍ରେ ୩୦୦ ସଦସ୍ୟ ରହିଛନ୍ତି । ପ୍ରସାଦଙ୍କ ଏହାର ଅଧା ବି ନ ଥିଲେ । ଏଣୁ ସୁଯୋଗ ପାଇ ପ୍ରସାଦଙ୍କ ଶ୍ୱଶୂର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ନିରଞ୍ଜନଙ୍କୁ ବାଣି ମାରିଛନ୍ତି । ଅନ୍ୟମାନେ ବି ଏତେ ବଡ଼ ଟିମ ନେଇ ପ୍ରଶ୍ନ ଉଠାଇଛନ୍ତି । ପିସିସି କର୍ମକର୍ତ୍ତା ତାଲିକାକୁ ନେଇ ନିରଞ୍ଜନ ଅଡୁଆରେ ପଡ଼ିଛନ୍ତି ।
କଂଗ୍ରେସରେ ଏବେ ଆଲୋଚନା ହେଉଛି ସବୁ ପିସିସି ସଭାପତିଙ୍କ ଟିମ୍କୁ ନିରଞ୍ଜନ ବଳିଯାଇଛନ୍ତି । ଏପରିକି ସେ ତାଙ୍କର ପୂର୍ବତର ଟିମ୍ଠାରୁ ଢ଼େର ଅଧିକ ଲୋକଙ୍କୁ ସାମିଲ କରିଛନ୍ତି । ତାଙ୍କ ସମର୍ଥକଙ୍କ କହିବା କଥା ନିର୍ବାଚନ ବର୍ଷେ ଥିବାରୁ ଅଧିକ ଲୋକଙ୍କୁ ସାମିଲ କରି ଦାୟିତ୍ୱ ଦିଆଯାଇଛି । କିନ୍ତୁ ବିରୋଧୀ ପକ୍ଷ ଏକଥାକୁ ଗ୍ରହର କରିବାକୁ ପ୍ରସ୍ତୁତ ନୁହଁନ୍ତି । ଶ୍ରୀ ରାଉତରାୟ କହିଛନ୍ତି କମିଟିକୁ ଅତିଚତୁରତାର ସହ ଗଠନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ । କଂଗ୍ରେସ ଇତିହାସରେ କେବେ ଏତେବଡ଼ କମିଟି ହୋଇ ନ ଥିଲା । ଯେଉଁମାନେ ନିରଞ୍ଜନବାବୁଙ୍କ ନିଜ ଲୋକ ସେମାନଙ୍କୁ କମିଟିରେ ନିଆଯାଇଛି । ଅନେକ ଯୋଗ୍ୟ ଲୋକ ଅଛନ୍ତି ଯେଉଁମାନେ କମିଟିରୁ ବାଦ ପଡ଼ିଛନ୍ତି । ଶରତ ରାଉତ, ଶ୍ରୀକାନ୍ତ ଜେନା, ଯୁଧିଷ୍ଠିର ରାଉତ ଓ ଡାକ୍ତର ଲଲାଟେନ୍ଦୁ ମହାପାତ୍ରଙ୍କୁ ନିଆଯାଇନାହିଁ । ସଭାପତି ଚେୟାରରେ ବସିଲାବେଳେ ଗୋଟିଏ କଥା ଚେୟାରରେ ନ ବସିଲା ବେଳେ ଆଉ ଗୋଟିଏ କଥା । ପ୍ରସାଦ ହରିଚନ୍ଦନ ଯେତେବେଳେ ପିିସିସି ସଭାପତି ଥିଲେ ତାଙ୍କ ଟିମ୍କୁ ନେଇ ନାନା କଥା କହୁଥିଲେ । ଏବେ ଏହି ଟିମ୍କୁ ନେଇ କେଁକଟର ହୋଇପାରେ । ଏତେ ଲୋକଙ୍କୁ ନେଲେ ଆଉ କିଛି ଲୋକଙ୍କୁ ନେଇ ୫୦୦ କରିଦେଇଥିଲେ ଭଲ ହୋଇଥାନ୍ତା । ଜଣେ ବିଧାୟକଙ୍କ ପିଛା ୪/୫ ଲୋକଙ୍କୁ ଲଗାଇ ଦେଇଥାନ୍ତେ ବୋଲି ଶ୍ରୀ ରାଉତରାୟ ଆକ୍ଷେପ କରି କହିଛନ୍ତି ।
ଶତର ରାଉତ କହିଛନ୍ତି ନିରଞ୍ଜନବାବୁ ତାଙ୍କୁ ସୁହାଇଲା ଭଳି କମିଟି କରିଛନ୍ତି । ୪ ମାସ ପରିଶ୍ରମର ଏ କମିଟି । ଏହି କମିଟିକୁ ରାହୁଲ ଗାନ୍ଧି ଜାଣନ୍ତି ନାହିଁ । ଯିଏ ମନୋନୀତ କରି ନାଁ ପଠାଇଛନ୍ତି ସେହିମାନଙ୍କୁ କେବଳ ଜଣାଥିôବ । ଏଣୁ ଫଳେନ ପରିଚୟତେ ବୋଲି ଶ୍ରୀ ରାଉତ କହିଛନ୍ତି ।
ନିରଞ୍ଜନଙ୍କ ପ୍ରମୁଖ ବିରୋଧୀ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ କେଶରୀ ଜେନା ସମାଲୋଚନା କରି କହିଛନ୍ତି ଟିମ୍ର ରୂପରେଖ ବଡ଼ ହୋଇଗଲା । ଗଲା କମିଟିକୁ ନେଇ ନିଜେ ସଭାପତି ପ୍ରଶ୍ନ ଉଠାଇଥିଲେ ଓ କହିଥିଲେ ବହୁ ଲୋକରେ ମୂଷା ମରେନି । ଏବେ ନିଜେ ସେ କାମ କେମିତି କରୁଛନ୍ତି । କେବଳ ଯୋଗ୍ୟତା ଓ ସଙ୍ଗଠନ ଆଧାରରେ କମିଟିର ସଦସ୍ୟ ନେବା କଥା ବୋଲି ସେ କହିଛନ୍ତି ।
କିନ୍ତୁ ରବିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ କହିଛନ୍ତି ନିର୍ବାଚନ ବର୍ଷ ହୋଇଥିôବାରୁ କମିଟି ବଡ଼ ହେବା ସ୍ୱଭାବିକ । ୧୯୯୨ରେ ଜାନକୀ ବାବୁଙ୍କ ସମୟରେୀ ମଧ୍ୟ ଏଭଳି କମିଟି ହୋଇଥିଲ ବୋଲି ସେ କହିଛନ୍ତି ।
ନିରଞ୍ଜନଙ୍କ ଟିମ୍ ବନ ହେବ ବୋଲି ପୂର୍ବ ସୂଚନା ମିଳିଥିଲା । କାରଣ ପୂର୍ବରୁ ଦଳର ସାଙ୍ଗଠନିକ ଜିଲ୍ଲାର ଜଣେ ଲେଖାଏଁ ରହୁଥିଲା ବେଳେ ନିରଞ୍ଜନଙ୍କ ସମୟରେ ଏକାଧିକ ସଭାପତି ରହିଛନ୍ତି । ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା ଓ ଅସେନ୍ତାଷ ଦେଖାଦେଇଥିଲା । ଏବେ ଯେଉଁମାନେ ବାଦ ପଡ଼ିଲେ ସେମାନେ ଅନ୍ତୋଷ ପ୍ରକାଶ କରିବେ ବୋଲି କୁହାଯାଇଛି ।

Loading...
ONA

Leave a Reply

Top