ବିଡବ୍ଲ୍ୟୁଏଫ୍ ଓ୍ଵାର୍ଲଡ୍ ଟୁର୍ ଫାଇନାଲ୍ସ୍ ଟାଇଟଲ୍ ଜିତି ଇତିହାସ ରଚିଲେ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ

ନୂଆଦିଲ୍ଲୀ: ପୁଣିଥରେ ଭାରତକୁ ଗୌରବ ଆଣିଦେଲେ ବ୍ୟାଡମିଟନ ତାରକା ପିଭି ସିନ୍ଧୁ | ରବିବାର ଦିନ ଚୀନର ଗୁଆଞ୍ଝୌ ଠାରେ ପ୍ରଥମ ଭାରତୀୟ ଭାବେ ବିଡବ୍ଲ୍ୟୁଏଫ୍ ଓ୍ଵାର୍ଲଡ୍ ଟୁର୍ ଫାଇନାଲ୍ସ୍ ଟାଇଟଲ୍ ଜିଣି ଇତିହାସ ସୃଷ୍ଟି କରିଛନ୍ତି ପିଭି ସିନ୍ଧୁ । ସେ ପୁଣିଥରେ ଇତିହାସ ରଚିଛନ୍ତି | ତେବେ ଏଥର ସେ ଜାପାନରେ ଚାଲିଥିବା ବିଡବ୍ଲ୍ୟୁଏଫ୍ ଟୁରରେ ମହିଳା ଫାଇନାଲରେ ଟାଇଟଲ ବିଜୟନୀ ହେବା ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି | ଏହି ଟାଇଟଲ ଜିତିବାରେ ସିନ୍ଧୁ ପ୍ରଥମ ଭାରତୀୟ ଏବଂ ଏହା ବ୍ୟକ୍ତିଗତ ଭାବେ ଚଳିତ ବର୍ଷ ତାଙ୍କର ବଡ ଟାଇଟଲ୍ । ସିନ୍ଧୁ ଦ୍ୱିତୀୟ ମାନ୍ୟତା ପ୍ରାପ୍ତ ନୋଜୋମି ଓକୁହାରାଙ୍କୁ ୨୧-୧୯,୨୧-୧୭ରେ ୬୨ ମିନିଟରେ ହରାଇ ବିଜୟୀ ହୋଇଛନ୍ତି ।ସେ ଗତବର୍ଷ ଏହି ଟାଇଟଲ ଜିତିବାରୁ ଅଳ୍ପକେ ବଂଚିତ ହୋଇଥିଲେ । ତେବେ ଚଳିତ ବର୍ଷ ସେ ଏହା ଜିତି ଜଣାଇଦେଇଚନ୍ତି କେତେ ସେ ସକ୍ଷମ ଥିଲେ ଏହି ପଦକ ଲାଗି | ଓକୁହାରା ବିଜୟିନୀ ହୋଇଥିବାବେଳେ ସିନ୍ଧୁ ରନର୍ସ ଅପ୍ ହୋଇଥିଲେ । ତେଣୁ ଚଳିତ ବର୍ଷ ସିନ୍ଧୁଙ୍କୁ ପ୍ରତିଶୋଧ ନେବାକୁ ଏକ ପ୍ରକାର ସୁଯୋଗ ମିଳିଯାଇଛି । ତେବେ ଏହି ଖବର ଜଣାପଡିବା ପରେ ସିନ୍ଧୁଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଥିବାର ଦେଖିବାକୁ ମିଳୁଛି । ଶନିବାର ଦିନ ସେମିଫାଇନାଲରେ ଜିଣିବା ପରେ ଆଜି ନିଜ କ୍ୟାରିୟରର୍ ୩୦୦ତମ ଗେମରେ ସ୍ୱର୍ଣ୍ଣପଦକ ଜିଣିଛନ୍ତି । ଯାହାକୁ ନେଇ ସାରା ଦେସ ଗର୍ବ କରୁଥିବାର ଦେଖିବାକୁ ମିଳୁଛି |

ଆସିବେ ତେନ୍ଦୁଲକର