ବଂଶାନୁକ୍ରମିକ ସେବା ଏକ ଅଧିକାର ନୁହେଁ: ଗୋପାଳ ସୁବ୍ରମଣ୍ୟମ

https://www.facebook.com/nnsodia/videos/267154983995629/?t=5

ଭୁନନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବା ବ୍ୟବସ୍ଥାକୁ ଘୋର ବିରୋଧ କରିଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ । ଏଥିସହ ଦାନ, ଦକ୍ଷିଣା ବ୍ୟବସ୍ଥାକୁ ମଧ୍ୟ ଉଚ୍ଛେଦ କରିବା ଦିଗରେ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ସେବାୟତମାନେ ବଂଶାନୁକ୍ରମିକ ସେବାକୁ ନିଜର ଅଧିକାର ଭାବିବା ଉଚିତ ନୁହେଁ ବୋଲି ଶ୍ରୀ ସୁବ୍ରମଣ୍ୟମ ମତ ରଖିଛନ୍ତି ।
ସୁପ୍ରିମକୋର୍ଟ ପୁରୀ ଶ୍ରୀମନ୍ଦିର ସଂସ୍କାର ନେଇ ଦେଇଥିବା ୧୨ଟି ପ୍ରସ୍ତାବ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଶ୍ରୀମନ୍ଦିର ପ୍ରଶାସନ ନେଇଛି ସେ ସଂପର୍କରେ ଅନୁଧ୍ୟାନ ନେବା ପାଇଁ ଏବଂ ସେବାୟତ, ଶଙ୍କରାଚାର୍ଯ୍ୟ ଓ ଗଜପତି ଦିବ୍ୟସିଂହ ଦେବଙ୍କ ସହ ଆଲୋଚନା ଲାଗି ଶ୍ରୀ ସୁବ୍ରମଣ୍ୟମ ଗତ ୨୦ ତାରିଖରେ ପୁରୀ ଆସିଥିଲେ । ୨୧,୨୨ ଦୁଇ ଦିନ ଧରି ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଥିଲେ । ଆଜି ସେ ଦିଲ୍ଲୀ ଫେରିଯାଇଛନ୍ତି । ଯିବା ପୂର୍ବରୁ ବିମାନ ବନ୍ଦରରେ ଗଣମାଧ୍ୟମଙ୍କ ସହ ଆଲୋଚନା କରିଥିଲେ । ସେ କହିଥିଲେ, ଗଜପତିଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କ ସହ ପ୍ରାୟ ୨ଘଂଟା ଧରି ଆଲୋଚନା ହୋଇଥିଲା । ଶ୍ରୀ ଜଗନ୍ନାଥ, ଭକ୍ତଙ୍କ ପାଇଁ କ’ଣ ସୁବିଧା କରାଯାଇପାରିବ ବସ୍ତାର ଭାବେ ଆଲୋଚନା କରାଯାଇଛି । ପ୍ରଶାସନ ଓ ସେବାୟତମାନଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ଶ୍ରୀମନ୍ଦିରର ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଭକ୍ତମାନଙ୍କ ପ୍ରତି ସେବାୟତମାନେ ଉତମ ଆଚରଣ କରିବା ଉଚିତ । ସେବାୟତ ସାମାଜିତ ଓ ଆର୍ଥିକ ସ୍ଥିତି ଉପରେ ମଧ୍ୟ ଦୃଷ୍ଟି ଦିଆଯାଇଛି । ଭଗବାନଙ୍କ ସେବା କରିବାକୁ ସେବାୟତଙ୍କୁ ସୁଯୋଗ ମିଳିଛି । ହେଲେ ସେମାନେ ବଂଶାନୁକ୍ରମିକ ସେବାକୁ ନିଜର ଅଧିକାର ଭାବିବା ଭୁଲ ହେବ । ଦାନ, ଦକ୍ଷିଣା ପାଇଁ ସେମାନେ କାହାରିକୁ ବାଧ୍ୟ କରିପାରିବେ ନାହିଁ । ଖୁବଶୀଘ୍ର ଶ୍ରୀମନ୍ଦିର ଆୟବ୍ୟୟର ତଥ୍ୟ ୱେବସାଇଟରେ ଉପଲବ୍ଧ ହେବ । ଦାନ, ଦକ୍ଷିଣା ଆଦାୟ ବନ୍ଦ କରାଯାଇ ଅଧିକ ହୁଣ୍ଡି ମନ୍ଦିରରେ ଲାଗିବ । ଏସବୁ କାର୍ଯ୍ୟର କେତେ ଅଗ୍ରଗତି ହୋଇଛି ସେ ସଂପର୍କରେ ଅନୁଧ୍ୟାନ ପାଇଁ ୩ ସପ୍ତାହ ପରେ ପୁଣି ଆସିବେ ବୋଲି ଶ୍ରୀ ସୁବ୍ରମଣ୍ୟମ କହିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here