You are here
Home > ଲାଟେଷ୍ଟ > କାଲି ଖୋଲିବ ଶ୍ରୀମନ୍ଦିରର ଜଗମୋହନ, ଗର୍ଭଗୃହକୁ ଭକ୍ତଙ୍କୁ ମନା

କାଲି ଖୋଲିବ ଶ୍ରୀମନ୍ଦିରର ଜଗମୋହନ, ଗର୍ଭଗୃହକୁ ଭକ୍ତଙ୍କୁ ମନା

ପୁରୀ : କାଲି ଖୋଲିବ ଶ୍ରୀମନ୍ଦିରର ଜଗମୋହନ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କାଲି ଜଗମୋହନ ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଛି । କାଲି ସକାଳଧୂପ ପରେ ଖୋଲିବ ଜଗମୋହନ । ତେବେ ଗର୍ଭଗୃହକୁ କୌଣସି ଭକ୍ତ ପ୍ରବେଶ କରିପାରିବେ ନାହିଁ ।
କାଲି ଖୋଲିବ ଜଗମୋହନ । ହାଇକୋର୍ଟଙ୍କ ନିର୍ଦ୍ଦେଶପରେ କାଲି ଜଗମୋହନ ଖୋଲିବାକୁ ଯାଉଛି । କାଲି ସକାଳ ଧୂପ ପରେ ଜଗମୋହନ ସର୍ବସାଧାରଣଙ୍କ ପାଇଁ ଖୋଲିବ ।ଜଗମୋହନର ଭିତରକାଠ ନିକଟରୁ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ ଭକ୍ତ । ତେବେ ନୀତିକାନ୍ତ ସମୟରେ ଜଗମୋହନକୁ ପ୍ରବେଶ ବନ୍ଦ ରହିବ । ସାଧାରଣ ଦିନରେ ସକାଳ ମଙ୍ଗଳ ଆଳତି ଠାରୁ ଗୋପାଳ ବଲ୍ଲଭ ପର୍ଯ୍ୟନ୍ତ ଦର୍ଶନ କରିପାରିବେ ଭକ୍ତ । ଭକ୍ତ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ଜୟବିଜୟ ଦ୍ବାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଓ ବେହରଣ ଦ୍ବାର ଦେଇ ଫେରିବେ । ତେବେ ଗର୍ଭଗୃହକୁ କୌଣସି ଭକ୍ତ ପ୍ରବେଶ କରିପାରିବେ ନାହିଁ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି । ଏପ୍ରିଲ୍ ୧୬ ତାରିଖ ସୁଦ୍ଧା ଜଗମୋହନ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ କିଭଳି ପାଳନ ହେବ ସେନେଇ ଗତ ୧୨ ତାରିଖରେ ଛିତିଶା ନିଯୋଗ ବୈଠକ ବସିଥିଲା । ମାର୍ଚ୍ଚରୁ ଜଗମୋହନ ମରାମତି ଶେଷ ହୋଇଥିବା ବେଳେ ମନ୍ଦିର ପ୍ରଶାସନ ଜଗମୋହନକୁ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ । ୨୦୧୬ରୁ ଜାନୁଆରି ୨୭ ତାରିଖରୁ ମରାମତି ପାଇଁ ଜଗମୋହନ ବନ୍ଦ ରହିଥିଲା ।

Loading...
ONA

Leave a Reply

Top