ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ମିଳିଲା

ଭୁବନେଶ୍ୱର, ୧୩ା୦୬ା୨୦୧୮: ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ମିଳିଛି । ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି । ପୁରୀ ଜିଲ୍ଲାପାଳ ରେକର୍ଡ ରୁମରୁ ଏହି ଚାବି ମିଳିଛି । ଜଉମୁଦ ଦିଆ ଏକ ମାଟିଆ ଲଫାପାରେ ଚାବି ରହିଥିଲା ବୋଲି ଜିଲ୍ଲାପାଳ କହିଛନ୍ତି । ଏହା ଡୁପ୍ଲିକେଟ କି ଅଫ ରତ୍ନଭଣ୍ଡାର ବୋଲି ଏହି ଲଫାପାରେ ଲେଖାଯାଇଛି । ଚାବି ଖୋଜିବାକୁ ଜିଲ୍ଲାପାଳ ୨ଟି ଟିମ ଗଠନ କରିଥିଲେ । ନିଜେ ଜିଲ୍ଲାପାଳ ଏହାର ତଦାରଖ ଦାୟିତ୍ୱରେ ଥିଲେ । ସେପଟେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧ । କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ଚାବି ମିଳିବା ପରେ ପ୍ରତିକ୍ରିୟାରେ କହିଛନ୍ତି, ଏସବୁ ସରକାରଙ୍କ୍ ନାଟକ ଥିଲା । ନିଜ ସ୍ୱାର୍ଥ ଲାଗି ସରକାର ଏପରି କରୁଥିଲେ । ତେବେ କମିଶନ ବସିବାଯାଏ କଥାଗଲା । ତେବେ ସରକାର ଏତଲା ଦେଇ ନାହାନ୍ତି କାହିଁକି । ଏବେ ରତ୍ନଭଣ୍ଡାରରେ ରତ୍ନ ଅଛି କି ନାହିଁ ତାହା ତଦାରଖ ହେବା ଦରକାର । ସେପଟେ ଚାବି ହଜିବାକୁ ନେଇ ପ୍ରଶାସନ, ସରକାର, ଗଜପତି ଓ ଶଙ୍କରାଚାର୍ଯ୍ୟ ପ୍ରମୁଖ ଦେଉଥିବା ମତାମତ ମଧ୍ୟ କାହା ସହ କାହାର ମେଳ ଖାଉନି । ତେବେ ସରକାର ସାଢ଼େ ଚାରି କୋଟି ଓଡ଼ିଆଙ୍କ ଭାବାବେଗକୁ ଦେଖି ରତ୍ନଭଣ୍ଡାର ରତ୍ନ ଅଳଙ୍କାର କ’ଣ ଅଛି ଦେଖିବା ଦରକାର ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here