ବୈଜୟନ୍ତଙ୍କୁ ପୋଲିସର ନୋଟିସ, ସହଯୋଗୀଙ୍କ ସହ ହାଜର ହୁଅ

ଭୁବନେଶ୍ୱର, ପୂର୍ବତନ ସାଂସହ ବୈଜୟନ୍ତ ପଣ୍ଡାଙ୍କ ଚିଲିକା ଉପରେ ହେଲିକପ୍ଟର ଉଡାଣ ପ୍ରସଙ୍ଗର ଏକ ନୂଆ ମୋଡ ଆସିଛି । ଏହା ବନ୍ୟାପ୍ରାଣୀ ଆଇନ- ୫୧କୁ ଉଲଙ୍ଗନ କରିଛି । ଅନୁମତିର ଉଲ୍ଲଂଘନ ହୋଇଥିବାରୁ ବୈଜୟନ୍ତ ପଣ୍ଡା ଓ ତାଙ୍କର ଦୁଇ ସହଯାତ୍ରୀଙ୍କୁ ହାଜର ଲାଗି ନୋଟିସ ଜାରି ହୋଇଛିି । ଲୋକଙ୍କ ମୁତାବକ ସେଠାରେ ସକାଳ ୧୦ ଟା ୩୦ରେ ହେଲିକପ୍ଟର ବୁଲୁଥିଲା । ତେଣୁ ପୋଲିସ ପାଖରେ ଆସନ୍ତାକାଲି ଦିନ ୧୨ଟା ସୁଦ୍ଧା ହାଜିର ହେବାକୁ ସୂଚନା ମିଳିଛିି । ତେବେ ୫୦୦ ଫୁଟ ଉପରେ ଚଳାଇବାର ଅନୁମତି ଥିଲା ବୋଲି ପୁରୀ ଏସପି କହିଛନ୍ତି । ଏଥିସହ ସିଏ ସୂଚନା ଦେଇ କହିଛନ୍ତି ଯେ, ଡିଜିଏସକୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ ତଦନ୍ତ ଆରମ୍ଭ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ସାର୍ଥକ ଷଡଙ୍ଗୀ କହିଛନ୍ତି । ବୈଡୟନ୍ତଙ୍କ ହେଲିକପ୍ଟର ସେଠାରେ ବୁଲୁଥବା ସ୍ପଷ୍ଟ ହୋଇଛି ।

LEAVE A REPLY

Please enter your comment!
Please enter your name here