ଚାବି ମିଳିବା ମହାପ୍ରଭୁଙ୍କ ଚମତ୍କାର : ଜଗନ୍ନାଥଙ୍କ ପାଖରେ ହାତ ଟେକି ଦେଇଥିଲି-ପୁରୀ ଜିଲ୍ଲାପାଳ

ଭୁବନେଶ୍ବର : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଓ ଚାବି ମିଳିବା ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିବା ପରେ ଆଜି ମୁହଁ ଖୋଲିଛନ୍ତି ପୁରୀ ଜିଲ୍ଲାପାଳ । ମହାପ୍ରଭୁଙ୍କ ଚମତ୍କାରିତା ଯୋଗୁ ରତ୍ନ ଭଣ୍ଡାର ଚାବି ମିଳିଲା । ଦୁଇ ଦିନ ହେଲା ମୁଁ ଜଗନ୍ନାଥଙ୍କ ପାଖରେ ହାତ ଟେକି ଦେଇଥିଲି । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ରତ୍ନଭଣ୍ଡାର ଚାବି ମିଳିଲା । ସମସ୍ତେ ସତ ଜାଣିବା ଦରକାର । ଗତକାଲି ରେକଡରୁମରୁ ଏକ ମୁଦା ଲଫାପାରେ ଚାବି ମିଳିଛି । ଏହି ଲଫାପା ଖୋଲିନୁ ,ତଦନ୍ତ କମିଶନଙ୍କୁ ଦେବୁ । ମୁଁ ସବୁ ପ୍ରକାର ତଦନ୍ତ ଓ ଯାଞ୍ଚ ପାଇଁ ପ୍ରସ୍ତୁତ ଅଛି , ତଦନ୍ତ ବେଳେ ଯାହା କହିବାର କଥା କହିବି । ଫରେନସିକ ଲ୍ୟାବ୍ ରେ ପରୀକ୍ଷା କଲେ ବି ପ୍ରତିବାଦ କରିବିନି । ଏହା ସହ ପୁରା ଘଟଣା ଉପରେ ମଧ୍ୟ ପ୍ରେସମିଟରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ବାଲ । କହିଛନ୍ତି ଚାବି ଦେବାକୁ ଏପ୍ରିଲ ୨ ତାରିଖରେ କମିଟି ଚିଠି କରିଥିଲେ । ସେଇ ଅନୁସାରେ ଆମେ ଟ୍ରେଜେରୀକୁ କହିଥିଲୁ । ଟ୍ରେଜେରୀ ୩ ତାରିଖରେ ଚାବି ନମଇଲିବା ନେଇ କହିଥିଲେ । ଆମେ ୪ ତାରିଖରେ କମିଟିକୁ ଏହା ଜଣାଇ ଦେଇଥିଲୁ । ଏହା ସହ ଚାବି ଖୋଜିବାକୁ ୨ଟି କମିଟି କରିଥିଲୁ ବୋଲି ଜିଲ୍ଲାପାଳ କହିଛନ୍ତି । ଶ୍ରୀମନ୍ଦିର ଚାବି ନମିଳିବା ନେଇ ଜିଲ୍ଲାପାଳ ସୂଚନା ଦେଇଥିଲେ । ହେଲେ ଗତକାଲି ଜିଲ୍ଲାପାଳଙ୍କ ରେକଡ ରୁମରୁ ଏକ ମୁଦା ଲଫାପାରେ କିଛି ଚାବି ମିଳିଛି । ଏଥିରେ ରତ୍ନ ଭଣ୍ଡାର ଡ୍ୟୁପ୍ଲିକେଟ ଚାବି ନେଇ ଲେଖାରହିଛି ଓ ଶ୍ରୀମନ୍ଦିର ଚାବି ମିଳିଛି ବୋଲି ଜିଲ୍ଲାପାଳ ସୂଚନା ଦେିଥିଲେ । ଆଉ ଏହାକୁ ନେଇ ଜିଲ୍ଲାପାଳ କି ଭଳି ଯାଞ୍ଚ ନକରି ଏପରି ମତ ଦେଇଥିଲେ ଓ ଏବେ ଚାବି କିପରି ମିଳିଲା ସେନେଇ ସମାଲୋଚନା ହେବା ପରେ ପ୍ରେସମିଟରେ ନିଜ ପକ୍ଷ ରଖିଛନ୍ତି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ବାଲ ।

LEAVE A REPLY

Please enter your comment!
Please enter your name here