ପ୍ରିୟଙ୍କା-ନିକ୍ ବିବାହ

ମୁମ୍ବାଇ: ବଲିଉଡ୍ରେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ନୂଆ କଥା ଶୁଣିବାକୁ ମିଳୁଛି । ଦୀପିକା ପାଦୁକନ ଓ ରଣବୀର ସିଂହଙ୍କ ବାହାଘର ଚର୍ଚ୍ଚାରେ ଥିବା ବେଳେ ଏବେ ଆଉ ଏକ ଖବର ବଲିଉଡ ସହିତ ହଲିଉଡରେ ଚହଳ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାକୁ ନେଇକି । ପ୍ରିୟଙ୍କାଙ୍କର ଆମେରିକୀୟ ପପ୍ ଗାୟକ ନିକ୍ ଜୋନ୍ସଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଥିବା କଥା କୁହାଯାଉଛି । ଜୁଲାଇ ୧୮ ତାରିଖରେ ପ୍ରିୟଙ୍କା ୩୭ତମ ଜନ୍ମଦିନ ଅବସରରେ ନିକ୍ଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା । ନିକ୍ ତାଙ୍କଠାରୁ ୧୧ ବର୍ଷ ସାନ । ଏହି କାର୍ଯ୍ୟକ୍ରମ ଲଣ୍ଡନରେ ହୋଇଥିବା ବେଳେ ଏ ନେଇ କାହାକୁ ଜଣାଯାଇ ନ ଥିଲା । ନିକଟରେ ପ୍ରିୟଙ୍କାଙ୍କ ପିଉସୀ କାମିନୀ ଚୋପ୍ରା ଏ ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି । ପରିବାରର ସମସ୍ତେ ପ୍ରିୟଙ୍କାଙ୍କର ଏହି ନିଷ୍ପତ୍ତିରେ ଖୁସି । ଜୁଲାଇ ୧୮ରେ ସେମାନେ ସମସ୍ତେ ପ୍ରିୟଙ୍କାଙ୍କ ଘରେ ଥିଲେ । ଏହା ପୂର୍ବରୁ ସମସ୍ତେ ଆମେରିକାରେ ନିକ୍ଙ୍କ ଘ୍ରକୁ ଯାଇଥିଲେ । ଖୁବ ଶୀଘ୍ର ଦୁହିଁଙ୍କ ବିବାହ ତାରିଖ ସ୍ଥିର କରାଯିବ । ଏହି ବାହାଘର ପାଇଁ ପ୍ରିୟଙ୍କା “ଭାରତ’ ଚଳଚ୍ଚିତ୍ରରେ କାମ କରିବାକୁ ମନା କରିଛନ୍ତି । ଏଥିରେ ସେ ସଲ୍ମାନଙ୍କ ବିପକ୍ଷରେ ଅଭିୟନ କରିଥାନ୍ତେ । ନିର୍ଦ୍ଦେଶକ ଅଲି ଅବାସ ଜଫର ଏ ସଂକ୍ରାନ୍ତରେ ଟ୍ୱିଟ କରିବା ସହ ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here