ପ୍ରିୟଙ୍କା- ନିକ୍ ଏବଂ ରଣବୀର-ଦୀପିକାଙ୍କ ପରେ ଏବେ ବିବାହ ପାଳି ଏହି ବଲିଉଡ ଯୋଡିର

0

ମୁମ୍ବାଇ, ବଲିିଉଡ କଳାକାର ଯେତିକି ଫିଲ୍ମ ପାଇଁ ଚର୍ଚ୍ଚିତ ନ ହୁଅନ୍ତି ସେତିକି ସେମାନଙ୍କ ନିଜ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାକୁ ଆସିଥା’ନ୍ତି । କିଛି ଦିନ ହେବ ପ୍ରିୟଙ୍କା ଚୋପଡା – ନିକ୍ ଏବଂ ରଣବୀର ସିଂ- ଦୀପିକା ପାଦୁକୋନଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଆଉ ଏକ ବଲିଉଡ ଯୋଡିଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋରଧରିଛି । ଉକ୍ତ ଯୋଡି ହେଉଛନ୍ତି ଜ୍ୟାକଲିନ ଫ୍ରନାଣ୍ଡିଜ ଓ ସିଦ୍ଧାର୍ଥ ମଲହୋତ୍ରା । ଶୁଣିବାକୁ ମିଳୁଛି ଏହି ଦୁଇ ଯୋଡି ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଦୁହେଁ ଦୁହିଁଙ୍କୁ ଜୋରସୋରରେ ଡେଟ କରିବା ସହ ଅନେକ ସ୍ଥାନରେ ତାଙ୍କୁ ସ୍ପଟ ମଧ୍ୟ କରାଯାଉଛି । ଜ୍ୟାକଲିନ ଓ ସିଦ୍ଧାର୍ଥ ବର୍ତ୍ତମାନ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ରହୁଛନ୍ତି । ଅନେକ ସମୟରେ ଜ୍ୟାକଲିନଙ୍କୁ ସିଦ୍ଧାର୍ଥଙ୍କ ଘରେ ଥିବାର ଦେଖିବାକୁ ମିଳୁଛି । ଆଗକୁ ଦୁହିଁଙ୍କ “ଓ ଜେଣ୍ଟିଲମ୍ୟାନ” ଫିଲ୍ମ ମଧ୍ୟ ଆସୁଛି । ତେବେ ବାକି ରହିଲା ଜାଣିବାକୁ ଏହି ଦୁଇ ଯୋଡି କେବେ ହାତରୁ ଦୁଇ ହାତ ହେଉଛନ୍ତି ।

 

LEAVE A REPLY

Please enter your comment!
Please enter your name here