ଦୀପବୀରଙ୍କ ପରେ ନିକ୍ୟଙ୍କା ଗଲେ ହନିମୁନରେ, ଜାଣି ନିଅନ୍ତୁ କେଉଁ ସ୍ଥାନ…

ମୁମ୍ବାଇ: ବଲିଉଡରେ ଗତ ମାସରେ ବିବାହ ସିଜିନ ଚାଲିଥିବା ବେଳେ ଚଳିତ ମାସରେ ହନିମୁନ ସିଜିନ ଚାଲିଥିବାର ସୂଚନା ମିଳିଛି । କିଛି ଦିନ ପୂର୍ବରୁ ବଲିଉଡର ରାମଲୀଲା ମାନେ ରଣବୀର ସିଂ ଓ ଦିପିକା ପାଦୁକୋନ ହନିମୁନରେ ଯାଇଥିିବା ବେଳେ ଆଜି ବଲିଉଡର ଦେଶୀଗର୍ଲ ମାନେ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନ୍ସ ହନିମୁନରେ ଯାଉଥିବାର ସୂଚନା ମିଳିଛି । ଉଭୟଙ୍କ ବାହାଘରକୁ ମାସେ ପୂରି ଯାଇଥିବା ବେଳେ ଏବେ ଉଭୟ ହନିମୁନ ଯାଉଥିବାର ଦେଖିବାକୁ ମିଳୁଛନ୍ତି । ଉଭୟ ନିଜର ବିଜି ସିଡ୍ୟୁଲରୁ ସମୟ ବାହାର କରି ହନିମୁନ ପାଇଁ କେରେବିୟନକୁ ଯାଇଥିବାର ସୂଚନା ମିଳିଛି । ନିକଟରେ ଉଭୟଙ୍କର ବିମାନବନ୍ଦରରୁ ବାହାରୁଥିବା ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି । ଫଟୋଟିରେ ପ୍ରିୟଙ୍କା ବ୍ଲ୍ୟୁ ଡ୍ରେସ ପିନ୍ଧିଥିବା ବେଳେ ନିକ୍ କାଜୁଆଲ ଡ୍ରେସ ପିନ୍ଧିଥିବାର ଦେଖିବାକୁ ମିଳୁଛନ୍ତି । ଉଭୟଙ୍କ ମୁହଁର ଖୁସି ଜଣା ପଡୁଛି ଯେ ଉଭୟ ତାଙ୍କ ଟ୍ରିପକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ଉଲ୍ଲେଖନୀୟ, ଦୁହେଁ ପ୍ରେମ ବିବାହ କରିଥିବା ବେଳେ ଦୁହେଁ ଦୁହିଁଙ୍କୁ ନେଇ ଖୁବ ଖୁସିଥିବା ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ସାଙ୍ଗ ସାଥୀ ସମସ୍ତେ କହୁଥିବାର ଶୁଣିବାକୁ ମିଳୁଛି ।