ପ୍ରାଥମିକ ଶିକ୍ଷକ ମହାସଂଘର ଧମକ : ଦରମା କମାଇଲେ ଆନ୍ଦୋଳନ କରିବେ

ଭୁବନେଶ୍ୱର: ଓଡ଼ିଶା ସରକାର ଠିକ୍ ସମୟରେ ପଦୋନ୍ନତି ଦେଇ ପାରୁ ନାହାଁନ୍ତି, ଏଥିପାଇଁ ପ୍ରାଥମିକ ଶିକ୍ଷକଙ୍କୁ ଆରଏସିପି ଦେବାର ବ୍ୟବସ୍ଥା କରିଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ 2013 ଜୁନ2 ଠାରୁ ପ୍ରାଥମିକ  ଶିକ୍ଷକମାନେ ୧୦ ବର୍ଷ, ୨୦ ବର୍ଷ ଓ ୩୦ ବର୍ଷରେ ପ୍ରମୋସନ୍ ସ୍କେଲ ବାବଦରେ ପରବର୍ତୀ ଗ୍ରେଡ୍ ପେ’ ପାଇବେ ଏବଂ ୩% ଇନକ୍ରିମେଣ୍ଟ ଦେବାର ବ୍ୟବସ୍ଥା ହେଲା।  ଅର୍ଥ ବିଭାଗର ନିଷ୍ପତ୍ତିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଳନ କରି ଏଲିମେଣ୍ଟାରୀ ଶିକ୍ଷକଙ୍କୁ ଆରଏସ୍ପି ଦେଉଥିଲେ। ଯୁକ୍ତ ଦୁଇ ସିଟି ତାଲିମପ୍ରାପ୍ତ ପ୍ରାଥମିକ ଶିକ୍ଷକଙ୍କୁ ୨୦ ବର୍ଷରେ ୪୨ ଶହ ଟଙ୍କାର ଗ୍ରେଡ୍ ପେ ପ୍ରଦାନ କରୁଥିଲେ। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଗ୍ରେଡ୍ ପେ ବଢ଼ାଇବେ କଣ ଚଳିତ ବର୍ଷ ଅକ୍ଟୋବର 21 ତାରିଖରୁ  ଗ୍ରେଡ୍ ପେ ୪୨ଶହ ଟଙ୍କାରୁ ୨୮ଶହ ଟଙ୍କାକୁ ହ୍ରାସ କରିଥିବା ଉଲ୍ଲେଖ କରିଛନ୍ତି। ଏଲିମେଣ୍ଟାରୀ କ୍ୟାଡରକୁ ନେଇ କୋର୍ଟରେ ମାମଲା ବିଚାରଧୀନ ଥିଲାବେଳେ କୋର୍ଟ ଏହା ଉପରେ ମଧ୍ୟବର୍ତାକାଳୀନ ରହିତାଦେଶ ଲାଗୁ କରୁଛନ୍ତି। ଏତିକି ବେଳେ ଗ୍ରେଡ୍ ପେ ହ୍ରାସ୍ ନେଇ ସରକାରଙ୍କ ନୂଆ ନିଦ୍ଦେର୍ଶନାମାକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଯଦି ତୁରନ୍ତ ଏହି  ନିଦ୍ଦେର୍ଶନାମାକୁ  ପ୍ରତ୍ୟାହାର କରାନଯାଏ, ତାହେଲେ ରାଜ୍ୟରେ କାର୍ଯ୍ୟରତ ସିଟି ତାଲିମପ୍ରାପ୍ତ ଶିକ୍ଷକମାନେ ବିଦ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ୍, ଜିଲ୍ଲା ଏବଂ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ନିଖିଳ ଉତ୍କଳ ସିଟି ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଚେତାବନୀ ଦେଇଛି । ଏହି ସଂଘରେ ପ୍ରାଯ 85 ହଜାର ଶିକ୍ଷକ-ଶିକ୍ଷୟତ୍ରୀ ସାମିଲି ଅଛନ୍ତି । ଯେଉଁମାନେ କି ଆଗାମୀ ତ୍ରିସ୍ତରୀୟ ପଞ୍ଚାଯତ ନିର୍ବାଚନରେ ଶାସକ ଦଳ ଲାଗି ଅଡୁଆ କରି ପାରନ୍ତି ।