ଡ଼ିଜିପିଙ୍କ ପ୍ରେସମିଟ: ଦୁଷ୍କର୍ମ ଅପରାଧିଙ୍କୁ ତୁରନ୍ତ ଗିରଫ ନିର୍ଦ୍ଦେଶ

1

ଭୁବନେଶ୍ୱର: ରାଜ୍ୟରେ ଘଟିଚାଲିଥିବା ନାବାଳିକା ଦୁଷ୍କର୍ମ ଘଟଣା ନେଇ ଓଡ଼ିଶା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡ଼ିଜିପି) ପ୍ରେସମିଟ କରିଛନ୍ତି । ଡ଼ିଜିପି ଦେଶ ତଥା ଓଡ଼ିଶା ରାଜ୍ୟରେ ବଢିଚାଲିଥିବା ଏପରି ଦୁଷ୍କର୍ମ ଘଟଣାର ନିନ୍ଦା କରିବା ସହିତ ରାଜ୍ୟ ପୋଲିସ ବିଭାଗ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ସେବିଷୟରେ ପୁଙ୍ଖାନୁପୁଙ୍ଖ ସାମ୍ବାଦିକମାନଙ୍କୁ କହିଥିଲେ ।

ଗତ କିଛିଦିନ ଧରି ରାଜ୍ୟରେ ବଢି ଚାଲିଛି ନାବାଳିକା ଦୁଷ୍କର୍ମ ଅପରାଧ । ଡ଼ିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଏନେଇ କହିଛନ୍ତି, ନିକଟ ଅତୀତରେ ଘଟିଥିବା ସମସ୍ତ ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି ।

ସମସ୍ତ ଥାନାକୁ ଦୁଷ୍କର୍ମ ଘଟଣାର ତଦନ୍ତ ତୁରନ୍ତ କରି ଅଭିଯୁକ୍ତକୁ ଜଲଦି ଗିରଫ କରିବାକୁ ଆଦେଶ ଦିଆଯାଇଛି । ଏପରି ଘଟଣା ରାଜ୍ୟର ଯେକୌଣସି ସ୍ଥାନରେ ହେଉଥିଲେ ମଧ୍ୟ ନଜରକୁ ଆସୁ ଆସୁ ତୁରନ୍ତ ମାମଲା ଦାୟର ହୋଇ ଦୋଷୀକୁ ଧରିବାକୁ ଆମେ ଚେଷ୍ଟା କରୁଛୁ । ଏହିସବୁ ଘୃଣ୍ୟ ଘଟଣାର ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥିର ହୋଇଛି ।

ଡ଼ିଜିପି ମଧ୍ୟ ପାଟଣାଗଡ଼ର ପାର୍ସଲ ବୋମା ହତ୍ୟା ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲର ଗିରଫ ହେବା ନେଇ ସ୍ପଷ୍ଟିକରଣ ଦେଲେ ।

LEAVE A REPLY

Please enter your comment!
Please enter your name here