ପ୍ରସବ ପୂର୍ବରୁ ଡାକ୍ତରଙ୍କ ସହ ନାଚିଲେ ମହିଳା, ଭିଡିଓ ହେଲା ଭାଇରାଲ…

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ଅଦ୍ଦୁତ ମହିଳା | ପ୍ରସବ ପୂର୍ବରୁ ଡାକ୍ତରଙ୍କ ସହ ନାଚିବା ସହ ଡାକ୍ତର ପୋଷାକ ପିନ୍ଧି ଖୁବ ଚର୍ଚ୍ଚାକୁ ଆସିଛନ୍ତି | ତେବେ ତାଙ୍କର ଏହି ଡ୍ୟାନ୍ସ ବିଡିଓ ସୋସାଲ ସାଇଡରେ ଜୋରସୋରରେ ବାଇରାଲ ମଦ୍ୟ ହେବାରେ ଲାଗିଛି | ସେ ଜଣେ ମହିଳା ଡାକ୍ତରଙ୍କ ସହ ନାଚୁଥିବାର ଦେଖିବାକୁ ମିଳୁଚନ୍ତି | ତେବେ ତାଙ୍କର ଏହି ଭିଡିଓକୁ ଅନେକ ପ୍ରସଂସା କରୁଥିବା ସହ ଏହାକୁ 2018ର ସବୁଠାରୁ ଭଲ ଭାଇରାଲ ଭିଡିଓ ବୋଲି ମଧ୍ୟ କହୁଛନ୍ତି | ତେବେ ପୂର୍ବରୁ ଅନେକ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହି ଭିଡିଓକୁ ସବୁଠାରୁ ନିଆରା ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । ନାଚିବା ପରେ ତାଙ୍କର ଅସ୍ତ୍ରୋପଚାର ଜରିଆରେ ପ୍ରସବ କରାଯାଇଥିଲା । ଏହି ଭିଡିଓକୁ ଟୁଇଟର ବ୍ୟବହାରକାରୀ ହର୍ଷ ଗୋଏଙ୍କା ଟୁଇଟ୍ କରିବା ପରେ ଲୋକମାନଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଲୋକମାନଙ୍କୁ ମିଳିଥିଲା । ତେବେ ସୁଚନାମୁତାବକ, ମହିଳା ଜଣହ୍କ ପେସାରେ ଜଣେ କୋରିଓଗ୍ରାଫର ବୋଲି କହିଥିଲେ । ମୁଁ ଗର୍ଭବତୀ ହେବା ପରେ ମଧ୍ୟ ନାଚିବା ଛାଡ଼ି ନଥିଲି । ପ୍ରସବ ପୂର୍ବରୁ ଏଭଳି ନାଚିବା ପଛରେ ସେଭଳି କିଛି ବିଶେଷ କାରଣ ନାହିଁ । ଗର୍ଭାବସ୍ଥାରେ ନାଚିବା ଦେହ ପାଇଁ ଏବଂ ପେଟରେ ଥିବା ପିଲା ପାଇଁ ଖୁବ୍ ଭଲ । ଏହା ଦ୍ୱାରା ଶରୀର ସୁସ୍ଥ ରହିଥାଏ ଏବଂ ଖୁସି ମଧ୍ୟ ମିଳିଥାଏ ବୋଲି ସେ କହିଥିଲେ ।

ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ହେଲା ଭାଇରାଲ

ମତାମତ ଦିଅନ୍ତୁ

Please enter your comment!
Please enter your name here