You are here
Home > ବଡ଼ଖବର > ପ୍ରତାପଙ୍କ ଅଭିଶାପ

ପ୍ରତାପଙ୍କ ଅଭିଶାପ

ଭୁବନେଶ୍ୱର: ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଅସମ୍ମାନ କରିବା ଘଟଣା ସମ୍ପୂର୍ଣ୍ଣ ଭାବେ ରାଜନୈତିକ ମୋଡ଼ ନେଇଛି । ଏହି ଘଟଣା ଦିନକୁ ଦନି ବିବାଦୀୟ ହୋଇଚାଲିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ମୁଖପାତ୍ର ପ୍ରତାପ ଦେବଙ୍କୁ ଟାର୍ଗେଟ୍ କଲା ପରେ ପ୍ରତାପ ଦେବ ମଧ୍ୟ ପ୍ରତିକ୍ରୀୟା ରଖିଛନ୍ତି । ରାଷ୍ଟ୍ରପତିଙ୍କୁ ନେଇ ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ତଳିତଳାନ୍ତ ହୋଇଯିବେ ବୋଲି ଅଭିଶାପ ଦେଇଛନ୍ତି । ଫଳରେ ଏହି ଘଟଣା ଅଧିକ ବିବାଦ ଘେରକୁ ଚାଲିଯାଇଛି । ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରୀୟା ରଖି ଏହି ଘଟଣାକୁ ଅସ୍ୱୀକାର କରିଥିଲେ । ଘଟଣା ଦିନ ସେ ଉପସ୍ଥିତ ଥିବାରୁ ଏଭଳି ଘଟଣା ହୋଇ ନ ଥିବା ସେ କହିଥିଲେ । ରାଷ୍ଟ୍ରପତିଙ୍କ ଭବନରୁ ଚିଠି ଆସିଥିବା ନେଇ ପ୍ରତାପ ଦେବଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ସାଂସଦ ପ୍ରତାପ କେଶରୀ ଦେବଙ୍କ ମତ ସତ ନା ମୁଖ୍ୟଶାସନ ସଚିବଙ୍କ ମତ ସତ ସେ ବିଷୟରେ ସ୍ପଷ୍ଟ କରାଯାଉ । ରାଷ୍ଟ୍ରପତି ଭବରୁ ଅଭିଯୋଗ ଆସିଥିବା ନେଇ ସାଂସଦ ପ୍ରତାପ ଦେବ କହିଥିଲେ । କେଉଁ ଆଧାରରେ ପ୍ରତାପ ଦେବ ଏ କଥା କହିଥିଲେ ଏଥି ନେଇ ସେ ପ୍ରଶ୍ନ ଉଠାଇଥିଲେ? ପରେ ପ୍ରତାପ ଦେବ ପ୍ରତିକ୍ରୀୟା ରଖି କହିଛନ୍ତି ବିଜେପିର କୁହାଳିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିରକୁ ନିର୍ବାଚନୀ ଏଜେଣ୍ଡା ଭାବେ ନେଇଛନ୍ତି । ରାଷ୍ଟ୍ରପତିଙ୍କ ଚିଠି ପ୍ରସଙ୍ଗ ଗଣମାଧ୍ୟମ ଖବର ଆଧାରରେ କହିଥିଲି । ଯେ ଶ୍ରୀଜଗନ୍ନାଥଙ୍କୁ ନେଇ କେହିଁ ରାଜନୀତି କରିବା ଠିକ୍ ନୁହେଁ । ଯେଉଁମାନେ ଏଭଳି କରୁଛନ୍ତି ସେମାନେ ତଳିତଳାନ୍ତ ହୋଇଯିବେ । ଶ୍ରୀଜଗନ୍ନାଥ ମନ୍ଦିର ବିରୋଧରେ ଏକ ଷଡ଼ଯନ୍ତ୍ର କରାଯାଉଛି ।

Loading...
ONA

Leave a Reply

Top