ବଦଳିଲା ବିଜେଡି, ନେତାଙ୍କ ମୁହଁରେ ଧର୍ମେନ୍ଦ୍ରଙ୍କୁ ଉଚ୍ଛସିତ ପ୍ରଶଂସା

ଭୁନନେଶ୍ୱର: ବିଜେପି-ବିଜେଡି ତିକ୍ତ ରାଜନୀତି ଭିତରେ ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେଡି ନେତାଙ୍କ ତୀବ୍ର ବିଦ୍ୱେଷ ଭାବ ସତ୍ତେ୍ୱ ଆଜି ଏକ ନୂଆ ଘଟଣା ଦେଖିôବାକୁ ମିଳିଛି । ଅନେକ ଦିନ ପରେ ପୁଣି ଜଣେ ବିଜେଡି ସାଂସଦ ଧର୍ମେନ୍ଦ୍ରଙ୍କୁ ଖୋଲା ସଭାରେ ଉତ୍ସସିତ ପ୍ରଶଂସା କରିଛନ୍ତି । ସକାଳ ପାଇଲେ ଧର୍ମେନ୍ଦ୍ରଙ୍କ ବିରୋଧରେ ବିଜେଡି ନେତାଙ୍କ ବିଷୋଦଗାର ଶୁଣାଯାଏ । କିନ୍ତୁ ହଠାତ ଜଣେ ବରିଷ୍ଠ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବରଗଡ଼ ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କୁ କୃତଜ୍ଞତାରେ ପୋତିପକାଇଛନ୍ତି । ଧର୍ମେନ୍ଦ୍ରଙ୍କ ପାଇଁ ଓଡ଼ିଶାର ବିକାଶ ଘଟିଛି ବୋଲି କହିବାକୁ ସେ ପଛାଇ ନାହାଁନ୍ତି । ଓଡ଼ିଶାର ବିକାଶ ଧାରାରେ ଧର୍ମେନ୍ଦ୍ରଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ମଧ୍ୟ କହିଛନ୍ତି ।
ଆଜି ବରଗଡ ଜିଲ୍ଲା ଭଟ୍ଲିର ବୋଉଲସିହାଠାରେ ବିପିସେଲ ପକ୍ଷରୁ ପ୍ରତିଷ୍ଠା ହେବାକୁ ଯାଉଥିବା ପ୍ରଥମ ଇଥାନଲ ଜୈବ ବିଷୋଧନାଗାରର ଶିଳାନ୍ୟାସ ଉତ୍ସବରେ ଯୋଗଦେବା ଅବସରରେ ଉଦବୋଧନ ଦେଇ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ “ଆମ ଗହଣରେ ଆଜି ଉପସ୍ଥିତ ଅଛନ୍ତି କେନ୍ଦ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ପୁରାତନ ବନ୍ଧୁ ଧର୍ମେନ୍ଦ୍ର ବାବୁ ଆମ ପାଇଁ , ଆମ ଅଂଚଳ ପାଇଁ ବିଶେଷ କରି ଆମ ଚାଷୀଭାଈମାନଙ୍କ ପାଇଁ ଆଜି ଏକ ସ୍ମରଣୀୟ ଦିନ ହୋଇ ରହିବେ । ଆଜି ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓ ପରିକଳ୍ପନାରେ ତାଙ୍କ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ଏଠାରେ ପ୍ରତିଷ୍ଠା ହେବାକୁ ଯାଉଛି । ରାଜ୍ୟପାଳ ଏହାର ଶିଳାନ୍ୟାସ କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି । ନିଶ୍ଚିତ ଭାବେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ବିଶେଷ କରି ମୁଁ ଏବେ ଧର୍ମେନ୍ଦ୍ରବାବୁଙ୍କ ସହ କଥା ହେଉଥିଲି ବରଗଡ଼ ଜିଲ୍ଲା ଓଡ଼ିଶାର ସର୍ବାଧିକ ଧାନ ଉତ୍ପାଦନକାରୀ ଜିଲ୍ଲା । ଆମ ରାଜ୍ୟରେ ଯେତିକି ଧାନ ଉତ୍ପାଦନ ହୁଏ ତାହାର ୨୦ ଭାଗ ବା ତାଠାରୁ ଅଧିକ ବରଗଡ଼ ଜିଲ୍ଲାର ଚାଷୀ ଉତ୍ପାଦନ କରିଥାନ୍ତି । ସମଗ୍ର ରାଜ୍ୟରେ ଆମେ ଯେତିକି ଖାଦ୍ୟଶସ୍ୟ ସଂଗ୍ରହ କରୁ ଚାଉଳ ଆକାରରେ ସେଥିରେ ସର୍ବାଧିକ ଆମ ପ୍ରୀୟ ବରଗଡ଼ ଜିଲ୍ଲାର ଚାଷୀଭାଈମାନଙ୍କଠାରୁ । ଆମେ ଜିଲ୍ଲାରେ ଯେଉଁ ପ୍ରକଳ୍ପ ଆଜି ପ୍ରତିଷ୍ଠା ହେବାକୁ ଯାଉଛି ଏହା କେବଳ ଚାଷୀଭାଈମାନଙ୍କୁ ନୁହେଁ ଆମ ଜିଲ୍ଲାର ଓ ଆମ ଅଂଚଳର ଅର୍ଥନୀତିକ ସମୃଦ୍ଧ କରିବ ଏ ବିଶ୍ୱାସ ମୋର ରହିଛି ।”
ଶ୍ରା ଆଚାର୍ଯ୍ୟ କହିଛନ୍ତି, “ଆଜି ଭାରତ ବର୍ଷ ଓ ଓଡ଼ିଶା ସମତାଳରେ ବିକାଶର ଏକ ନୂତନ ଯାତ୍ରା ଆମେ ଆରମ୍ଭ କରିଛୁ । ଏ ଯାତ୍ରା ଆମେ ସମସ୍ତେ ଚାହୁଁ ଦଳମତ ନିର୍ବିଶେଷରେ ଆହୁରି ଆଗକୁ ଯାଉ । ଭାରତର ବିକାଶ ଯାତ୍ରା ସେତେଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ ଯେ ପର୍ଯ୍ୟନ୍ତ ଓଡ଼ିଶାର ବିକାଶର ଯାତ୍ରାରେ ଆମେ ସହଭାଗୀ ନ ହୋଇଛୁ । ଯେପର୍ଯ୍ୟନ୍ତ ଓଡ଼ିଶା ସମସ୍ତ ଅଂଚଳ ବିକଶିତ ନ ହୋଇଛି ସେ ପର୍ଯ୍ୟନ୍ତ ଆମେ ଧରିପାରିବାନି ଓଡ଼ିଶାର ବିକାଶ ହୋଇଛି । ବିଶେଷ କରି ଓଡ଼ିଶାର ଏକ ବୃହତ ଅଂଶ ଯାହାକୁ ଆମେ ପଶ୍ଚିମ ଓଡ଼ିଶା କହୁଛୁ, ତାହାର ଯେପର୍ଯ୍ୟନ୍ତ ବିକାଶ ନ ହୋଇଛି ସେ ପର୍ଯ୍ୟନ୍ତ ଆମେ କହି ପାରିବା ନାହିଁ ଓଡିଶାର ବିକାଶ ହୋଇଛି । ଭାରତ ବର୍ଷକୁ, ଓଡ଼ିଶାକୁ, ପଶ୍ଚିମ ଓଡ଼ିଶାକୁ ଏବଂ ବରଗଡ଼ ଜିଲ୍ଲାକୁ ବିକାଶର ଏକ ନୂତନ ଦିଗଦର୍ଶନ ଦେବାପାଇଁ ଚାଷୀର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଜିର ଦିବସ ସ୍ୱୀକୃତି ଦେଉଛି ଏଥିପାଇଁ ମୁଁ ଧର୍ମେନ୍ଦ୍ର ବାବୁଙ୍କୁ ଧନ୍ୟବାଦ ଦେଉଛି । ବିକାଶ ଭାଇସହଦର ଆବଶ୍ୟକ କରେନାହିଁ । ବିକାଶ ଆମକୁ ଲୋଡେନାହିଁ ଆମେ ବିକାଶକୁ ଲୋଡୁ, ତେଣୁ ଆମକୁ ବିକାଶ ପଛରେ ଯିବାକୁ ହେବ । ସେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ବିକାଶ ହେଉ କି ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ହେଉ, ଉଭୟ ବିକାଶକୁ ପରିପୂରକ କରିବାକୁ ପଡ଼ିବ । ବିକାଶର ଯାତ୍ରାରେ ରାଜନୀତିକ ଚଷମାକୁ ହଟେଇ ସ୍ୱଚ୍ଛ ଚଷମା ପିନ୍ଧି ବିକାଶର ଜୟଯାତ୍ରାକୁ ଭାରତରେ, ଓଡ଼ିଶାରେ, ପଶ୍ଚିମ ଓଡ଼ିଶାରେ ଏବଂ ବରଗଡ଼ ଜିଲ୍ଲାରେ ଆମକୁ ନେବାକୁ ପଡ଼ିବ ।”
ସେ ପୁଣି କହିଥିଲେ, “ଓଡ଼ିଶାରେ ଯେଉଁ ବିକାଶ ଚାଲିଛି ସେ ବେଗଗାମୀ ପ୍ରକ୍ରୀୟାରେ ମୁଁ ଆଶା କରୁଛି ଆଜି କେନ୍ଦ୍ରୀୟ ଯୋଜନାରେ ଯେଉଁ ପ୍ରକଳ୍ପ ହେବାକୁ ଯାଉଛି ବିକାଶର ପ୍ରକ୍ରୀୟାର ଧାରାକୁ ଏହି ପ୍ରକଳ୍ପକୁ ଆହୁରି ତେଜିୟାନ , ବେଗଗାମୀ ଓ ଗତିଶୀଳ କରିବ । ଆମ ସମସ୍ତଙ୍କ ସ୍ୱପ୍ପ ପୂରଣ ହେବ । ମୁଁ ପୁଣି ଥରେ ସମ୍ପୃକ୍ତ ବିଭାଗକୁ, ମାନ୍ୟବର ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଉଛି । ବିକାଶ ପ୍ରକ୍ରୀୟାରେ ଓଡ଼ିଶା ସରକାର ସବୁପ୍ରକାର ସହଯୋଗ କରିବେ । ଏହି ପ୍ରକଳ୍ପ ପାଇଁ ଯାହା ଆବଶ୍ୟକ ହେବ ରାଜ୍ୟ ସରକାର ଯୋଗାଇଦେବେ ।”
ଶ୍ରୀ ଆଚାର୍ଯ୍ୟ ଦର୍ଶାଇଛନ୍ତି ଯେ, ଧମେନ୍ଦ୍ର ଓଡିଶା ବିକାଶର ବେଗକୁ ଆଗକୁ ନେଉଥିବା ଓ ସେ ବରଗଡ ସହ ପଶ୍ଚିମ ଓଡିଶାବାସୀଙ୍କ ପାଇଁ ସ୍ମରଣୀୟ ହୋଇରହିବେ । ତାଙ୍କ ପଦକ୍ଷେପକୁ ଯୁଗାନ୍ତକାରୀ ଭାବେ ମଧ୍ୟ ବଣ୍ଣନା କରିଛନ୍ତି ।ି ଶ୍ରୀ ଆଚାର୍ଯ୍ୟ ଏକ ଗୁରୁତ୍ୱପୂଣ୍ଣ ରାଜନୈତିକ ଦିଗକୁ ଇଶାରା ଦେଇ କହିଥିଲେ ,ବିକାଶର ଯାତ୍ରାରେ ରାଜନୀତିକ ଚଷମାକୁ ହଟେଇ ସ୍ୱଚ୍ଛ ଚଷମା ପିନ୍ଧି ବିକାଶର ଜୟଯାତ୍ରାକୁ ଭାରତରେ, ଓଡ଼ିଶାରେ, ପଶ୍ଚିମ ଓଡ଼ିଶାରେ ଏବଂ ବରଗଡ଼ ଜିଲ୍ଲାରେ ଆମକୁ ନେବାକୁ ପଡ଼ିବ । ଏଣୁ ଧମେନ୍ଦ୍ର ଯୁଗାନ୍ତକାରୀ କଥା କହିବା ସହ ପ୍ରସନ୍ନ ଏ ଯେଉଁ ବକ୍ତବ୍ୟ ରଖିଥିଲେ ଏହା ମୋଦୀ ନା ନବୀନ,କାହା ଉଦ୍ଦେଶ୍ୟରେ କହିଥିଲେ ତାହାକୁ ନେଇ ସୃଷ୍ଟି ହେଉଛି ପ୍ରଶ୍ନ । ବିଜେଡି ମୁଖିଆଙ୍କ ଠାରୁ ଆରମ୍ଭ କରି ତାଙ୍କ ମନ୍ତ୍ରୀ ଓ ନେତାଙ୍କ ପଯ୍ୟନ୍ତ ସମସ୍ତେ କେନ୍ଦ୍ରର ଓଡିଶା ପ୍ରତି ବୈମାତୃକିକ ମନୋଭାବ କଥା କହି ସମାଲୋଚନା କରୁଛନ୍ତି । ଭାରତର ବିକାଶ ଏକ ଧୂଆଁବାଣ ବୋଲି ବଣ୍ଣନା କରୁଛନ୍ତି । କିନ୍ତୁ ଶ୍ରୀ ଆଚାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିକାଶରେ ଲାଗିଥିବା କହିବା ସହ ଓଡିଶାକୁ ସହଯୋଗ କରୁଥିବା କହିଛନ୍ତି । ଏହି କାଯ୍ୟକ୍ରମରେ ବିଜେଡିର ଅନ୍ୟ ମନ୍ତ୍ରୀ, ସାଂସଦ ଓ ବିଧାୟକ ଯୋଗ ଦେଇଥିଲେ ମଧ୍ୟ ଧମେନ୍ଦ୍ରଙ୍କୁ ଅନ୍ୟ କେହି ପ୍ରଶଂସା କରିନଥିଲେ । କିନ୍ତୁ କେବଳ ଶ୍ରା ଆଚାର୍ଯ୍ୟ କାହିଁକି ଏତେ ପ୍ରଶଂସା କଲେ ବା ତାଙ୍କ ଦ୍ୱାରା ଏତେଟା ପ୍ରଶଂସା କରାଗଲା ତାହା ଏବେ ରାଜନୈତିକ ମହଲରେ ଗୁଞ୍ଜରଣ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here