କଂଗ୍ରେସ ଛାଡିଲେ ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ୱର(ଓଏନଏ): ନିର୍ବାଚନ ପୁର୍ବରୁ ନେତାଙ୍କ ଦଳ ବଦଳ ପ୍ରକ୍ରିୟା ଆମ୍ଭ ହୋଇଯାଇଛି । ଏହି କ୍ରମରେ ଶନିବାର ସାଲେପୁର ବିଧାୟକ ପ୍ରକାଶ ବେହେରା କଂଗ୍ରେସ ଛାଡିଛନ୍ତି । ସେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ନିଜର ଇସ୍ତଫା ପତ୍ର ପଠାଇଛନ୍ତି କଟକ ଜିଲା ସଭାପତି ପଦରୁ ଇସ୍ତଫା ପତ୍ର ପଠାଇଛନ୍ତି । କଟକ ଜିଲାରେ ସଭାପତି ପଦରୁ ହଟାଯିବା ପରେ ଦଳୀୟ ନେତୃତ୍ୟ ତାଙ୍କୁ ବାରମ୍ବାର ଅପମାନିତ କରୁଥିବା ସେ ଇସ୍ତଫା ପତ୍ରରେ ଦର୍ଶାଯାଇଛି । ପିସିସି ସଭାପତିଙ୍କୁ ଏ ନେଇ ଜଣାଇବା ପରେ ତାଙ୍କର କୌଣସିୁ କଥା ଶୁଣାଯାଇ ନଥିବା ପ୍ରକାଶ ଉଲ୍ଲେଖ କରିଛନ୍ତି ।
ସେ କହିଛନ୍ତି ଯେ, କଂଗ୍ରେସ ସହ ସେ ୨୦ ବର୍ଷ ଧରି କାର୍ଯର୍୍ୟ କରି ଆସୁଥିଲେ । କିନ୍ତୁ କଂଗ୍ରେସ ତାଙ୍କ ପ୍ରତି ଅବହେଳା କରିଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତ ।

ବିଧାୟକ ପ୍ରକାଶ ବେହେରା ହାତ ଛାଡି ଧରିବେ ପଦ୍ମ