ରଥ ଯାତ୍ରାରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବ ପୋଲିସ-ଡିଜିପି

କଟକ : ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ମହିଳାଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯିବ । ସେହିପରି ଟ୍ରାଫିକ ନିୟନ୍ତ୍ରଣ ଓ ସଡକ ସୁରକ୍ଷା ଉପରେ ଧ୍ୟାନ ଦେବ ପୋଲିସ । ଅଧିକ ସଂଖ୍ୟକ ସିସିଟିଭି, ମହିଳା ପୋଲିସ ଏବଂ ଦରକାର ପଡିଲେ କେନ୍ଦ୍ରୀୟ ସୁରକ୍ଷା ବଳ ମଗାଯିବା ନେଇ ସେ ସୂଚନା ଦେଇଛନ୍ତି ଆର୍‌ ପି ଶର୍ମା । ଯାତ୍ରା ସମୟରେ ସାଧା ପୋଷାକରେ ପୋଲିସ ବୁଲିବା ନେଇ ମଧ୍ୟ ଆଲୋଚନା ହୋଇଛି । ପୁରୀ ରଥଯାତ୍ରା ପାଇଁ କଟକ ପୋଲିସ ମୁଖ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସ୍ନାନ ପୂର୍ଣ୍ଣିମାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଛି । ରଥଯାତ୍ରାକୁ ଶାନ୍ତିଶୃଂଖଳାର ସହକାରେ ସମ୍ପାଦନ କରିବାକୁ ନେଇ ପ୍ରଥମ ପ୍ରସ୍ତୁତି ବୈଠକରେ ଶୃଂଖଳିତ ରଥଯାତ୍ରା ନେଇ ଆଲୋଚନା କରାଯାଇଥିବା ନେଇ ପୋଲିସ ଡିଜି ପ୍ରକାଶ କରିଛନ୍ତି । ସ୍ନାନପୂର୍ଣ୍ଣିମାଠାରୁ ନିଳାଦ୍ରିବିଜେ ପର୍ଯ୍ୟନ୍ତ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ରଥଯାତ୍ରା ଏହି ବୈଠକରେ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ, ଗୁଇନ୍ଦା ବିଭାଗ ଆଇଜି , କେନ୍ଦ୍ରାଂଚଳ ଆଇଜି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here